କେନ୍ଦୁଝର ଓ କଳାହାଣ୍ଡି ଜିଲାରେ ପରିକ୍ରମା କଲା ‘ଅହିଂସା ରଥ’
ଭୁବନେଶ୍ୱର: ଚଳିତ ସ୍ୱାଧୀନତା ଦିବସ ଦିନ ଅହିଂସା ରଥ ପରିକ୍ରମାର ଶୁଭ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଏଲ୍ଇଡି ଭିଡ଼ିଓ ୱାଲ୍ରେ ସଜ୍ଜିତ ୪ଟି ଅହିଂସା ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଥିଲେ। ରାଜ୍ୟବାସୀଙ୍କୁ ସ୍ୱାଧୀନତାର ସଂଘର୍ଷ କାହାଣୀ ବିଷୟରେ ଜାଣିବାକୁ ଏକ ସୁଯୋଗ ଦେବା ସହ ସ୍ୱାଧୀନତାକୁ ସୁରକ୍ଷା ଦେବା ଏବଂ ଦେଶର ସମ୍ମାନକୁ ଅକ୍ଷୁଣ୍ଣ ରଖିବାର ସଚେତନତାକୁ ପ୍ରତି ଜିଲ୍ଲାରେ ପ୍ରଚାରପ୍ରସାର କରି ଅହିଂସା ରଥ ପରିକ୍ରମା କରୁଛି। ଇତି ମଧ୍ୟରେ ଗାନ୍ଧିଜୀଙ୍କ ସତ୍ୟ ଅହିଂସା ଦର୍ଶନର ବାର୍ତ୍ତା ପ୍ରଚାର କରି ଅହିଂସା ରଥ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ଅତିକ୍ରମ କରିଛି। ଓଡ଼ିଶା ପ୍ରତି ସର୍ବଦା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏକ ସ୍ୱତନ୍ତ୍ର ଆଗ୍ରହ ରହିଆସିଥିଲା। ସେହି ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପରିକ୍ରମା କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍ଥାନରେ ବିପୁଳ ସମର୍ଥନ ସହ ସ୍ୱାଗତ ସମ୍ବର୍ଦ୍ଧନା ମିଳୁଛି।
ଆଜି ସକାଳେ କଳାହାଣ୍ଡି ଜିଲାର ଜୁନାଗଡ଼ ସହରରେ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବଣିକ ସଂଘର କର୍ମକର୍ତ୍ତା ଏବଂ ଜନସାଧାରଣ ରଥକୁ ପାଛୋଟି ନେଇଥିଲେ। ଏନ୍ଏସି କାର୍ଯ୍ୟାଳୟଠାରେ ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ, ଉପାଧ୍ୟକ୍ଷ ଶ୍ରୀ ହିମାଦ୍ରି ନାଏକ, ତହସିଲଦାର ଶ୍ରୀ ବେଦବ୍ୟାସ ଭୋଇ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର, ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା ରଥକୁ ସ୍ୱାଗତ କରିଥିଲେ। ଏଠାରେ ଦେଶାତ୍ମାବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭିଡ଼ିଓ ସୋ ଆୟୋଜିତ ହୋଇଥିଲା। ଜୁନାଗଡ଼ ପରେ ମଥୁରାଠାରେ ରଥକୁ ସ୍ୱାଗତ କରାଯାଇଥିଲା। ସରପଞ୍ଚ ଶ୍ରୀ ପ୍ରଭାକର ସେଠୀ, ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହ ଗ୍ରାମବାସୀମାନେ ରଥକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ। କୁସୁମଖୁଣ୍ଟିଠାରେ ଅହିଂସା ରଥ ପରିକ୍ରମା ପରେ ଆମପାଣିଠାରେ ରଥ ପହଞ୍ଚିଥିଲା। ସମସ୍ତ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।
ସେହିପରି ମୋଟେରଠାରେ ସରପଞ୍ଚ, ସମିତି ସଭ୍ୟାଙ୍କ ଗହଣରେ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋକସରା ହାଇସ୍କୁଲଠାରେ ସରପଞ୍ଚ କିଶୋର ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ରାଜୀବ ଅଗ୍ରୱାଲ, ସୂଚନା ଓ ଲୋକସଂପର୍କ ଅଧିକାରୀ ଏବଂ ସ୍ଥାନୀୟ ଅଧିବାସୀଙ୍କ ଗହଣରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା। ପରେ ଗୁଡ଼ହାଣ୍ଡି, ଡୋକରିଚଞ୍ଚରାଠାରେ ଅହିଂସା ରଥକୁ ସ୍ୱାଗତ ଦିଆଯିବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାଗ୍ ଐତିହାସିକ ଯୁଗର ଶିଳାଲେଖ, ପଥର ଚିତ୍ରରେ ଖୋଦିତ ଗୁମ୍ଫା ଏବଂ ଗୁଡ଼ହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ରଥ ପରିକ୍ରମା ଅଭୂତପୂର୍ବ ପରିବେଶ ସୃଷ୍ଟି କରିଥିଲା।
ଆଜି କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍ଠାରେ ଅହିଂସା ରଥକୁ ଆନନ୍ଦ, ଉଲ୍ଲସ ଓ ଉଚ୍ଛ୍ୱାସର ସହିତ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜିଲା ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅହିଂସା ରଥକୁ ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ଯୋଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ କବିନ୍ଦ୍ର ନାଏକ, ଯୋଡ଼ା ବିଡ଼ିଓ ଜଗନ୍ନାଥ ହନୁମା, ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଉପନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ ବଭାଗ ଶ୍ରୀ ସଂଜୀବ ବାରିକ, ଜିଲ୍ଲା ପରିଷଦ ସଦସ୍ୟା ସୁକୁମାରୀ ଦେହୁରୀ, ଗୁଅଙ୍କ ସରପଞ୍ଚ ବିଦ୍ୟାଧର ନାଏକ, ଲଇଳାପଡ଼ା ସରପଞ୍ଚ ବିଳାସୀ ଓରାମ ପ୍ରମୁଖ ନୂଆଗାଁଠାରେ ଅହିଂସା ରଥକୁ ସ୍ୱାଗତ କରିଥିଲେ। ମୁନିସିପାଲ୍ ହାଇସ୍କୁଲ ପଡ଼ିଆଠାରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଅହିଂସା ରଥ ଯୋଡ଼ା ବ୍ଲକ ଅନ୍ତର୍ଗତ ବିଲେଇପଦା ପରିକ୍ରମା କରିଥିଲା। ଏହାପରେ ବାସୁଦେବପୁରଠାରେ ଚମ୍ପୁଆ ବ୍ଲକ୍ ତରଫରୁ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା। କୋଦଗାଡ଼ିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚମ୍ପୁଆ ବିଡ଼ିଓ ଜ୍ୟୋତ୍ସ୍ନାରାଣୀ ନାଏକ, ତହସିଲଦାର ଡ. ସାଇସସ୍ମିତା ହୋତା, ଚମ୍ପୁଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ନାଏକ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଉଦୟ କୁମାର ନାଏକ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ସ୍ୱାଗତ କରିଥିଲେ। ଜାମୁଦଲକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା।
ଦ୍ୱିତୀୟ ରଥ ନୂଆଗାଁରୁ ଆସି ପଳାଶପଙ୍ଗାରେ ପହଞ୍ଚିବା ପରେ ଓସିଲ୍ ଛକଠାରୁ କେନ୍ଦୁଝର ସଦର ବ୍ଲକ୍ ତରଫରୁ ଅହିଂସା ରଥକୁ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ସଦର ବିଡ଼ିଓ ବିକାଶ କୁମାର ସାହୁ, କେନ୍ଦୁଝର ତହସିଲଦାର ଆଶିଷ କୁମାର ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଏବିଡ଼ିଓ ଭାଗବତ ନାଏକ, ସରପଞ୍ଚ ବାସନ୍ତୀ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଲୀଳାବତୀ ମହାନ୍ତ, ଜିପିଇଓ ବିଧୁଭୂଷଣ ଜେନା, କଣ୍ଡରାପଣି ସରପଞ୍ଚ ଅଯୋଧ୍ୟା ନାଏକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ପଦ୍ମପୁରଠାରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା। ସେହିପରି ରାଇସୁଆ ହାଇସ୍କୁଲଠାରେ ଅହିଂସା ରଥକୁ ସ୍ୱାଗତ କରାଯିବା ପରେ ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଅହିଂସା ରଥ ସେଠାରୁ ଯାଇ ସରକାରୀ ବାଳିକା ବିଦ୍ୟାଳୟରେ ପହଞ୍ଚିବା ପରେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭିଡ଼ିଓ ସୋ ପ୍ରଦର୍ଶନ ସହ ରଥକୁ ସ୍ୱାଗତ କରାଯାଇଥିଲା। ଜାତୀୟ ରାଜପଥ ୪୯ ନିକଟରୁ ବାଂଶପାଳ ବ୍ଲକ୍ ତରଫରୁ ପାଛୋଟି ନିଆଯାଇଥିଲା। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଆକାଟୀଠାରେ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବକ ରଥକୁ ସ୍ୱାଗତ କରାଯାଇଥିଲା। ବାଂଶପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଏବଂ ବିଡ଼ିଓଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀମାନେ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ସେଠାରେ ସଭା ଓ ଦେଶାତ୍ମବୋଧକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Comments are closed.