www.samajalive.in
Sunday, December 7, 2025
16.1 C
Bhubaneswar

ଖଣ୍ଡ ଖଣ୍ଡ ହୋଇଗଲା ମୁହଁ, ଚାର୍ଜିଂ ବେଳେ କଥା ହେଉଥିବା ହେଲା କାଳ – ମୋବାଇଲ୍‌ ବ୍ୟାଟେରୀ ଫାଟି ମୃତ୍ୟୁ

ଜୟପୁର – ରାଜସ୍ଥାନ ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ୍‌ ଚାର୍ଜିଂ ବେଳେ ଜଣେ ବ୍ୟକ୍ତି କଥା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବି ଅତି ବିଭତ୍ସ ଭାବେ । ୬୮ ବର୍ଷିୟ ଏହି ବ୍ୟକ୍ତି ମୋବାଇଲ୍‌କୁ ଚାର୍ଜିଂରେ ବସାଇ କଥା ହେଉଥିଲେ, ଏହି ସମୟରେ ମୋବାଇଲ୍‌ ବ୍ୟାଟେରୀ ଅତ୍ୟଧିକ ତାତି ଯାଇ ଫାଟିଯାଇଥିବା ସନ୍ଦେହ କରାଯାଉଛି । ଏଥିରେ ବ୍ୟକ୍ତିଜଣଙ୍କର ମୁହଁ ସହ ଶରୀରର ଉପର ଅଂଶ ଛିଣ୍ଡି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଘର ନିକଟରେ ହାଇଭୋଲଟେଜ୍‌ ତାର ଯାଇଥିବାରୁ ତାଙ୍କ ଘରେ ଅଧିକ ବିଦ୍ୟୁତ୍‌ ହଠାତ୍‌ ସରୋବରାହ ହୋଇ ଏପରି ହୋଇଥାଇ ପାରେ ବୋଲି ପୁଲିସ କହିଛି ।

ଦୟାରାମ ବରୋଦ ନାମର ବ୍ୟକ୍ତି ମୋବାଇଲ୍‌କୁ ଚାର୍ଜରେ ବସାଇ କଥା ହେଉଥିଲେ । ତାଙ୍କ ସାଙ୍ଗଙ୍କ ସହ ତାଙ୍କର ବାହାରକୁ ଯିବାର ଥିଲେ । ସାଙ୍ଗ୍‌ ତାଙ୍କୁ କଲ୍‌ କଲାବେଳେ କୌଣସି ଉତ୍ତର ମିଳି ନଥିଲା । ସେ ତାଙ୍କ ଘରେ ପହଞ୍ଚିବା ବେଳକୁ ଦୟାରମ ମୃତ ଅବସ୍ଥାରେ ପଡିଥିଲେ । ତାଙ୍କ ମୁହଁ ଛିନ୍‌ଛତର୍‌ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଥିବା ବେଳେ ଶରୀର ଉପର ଅଂଶ ଜଳିବା ପରି ହୋଇଥିଲା । ମୋବାଇଲ୍‌ ମଧ୍ୟ ଟୁକୁରା ଟୁକୁରା ହୋଇ ତାଙ୍କ ପାଖରେ ପଡିଥିଲା । ସଙ୍ଗେ ସଙ୍ଗେ ଏ ବିଷୟରେ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଫୋରେନ୍‌ସିକ୍‌ ଟିମ୍‌ ସହ ଘଟଣାର ତଦନ୍ତ ଆରମ୍ଭକରିଥିଲା ।

- Advertisement -

ପ୍ରାଥମିକ ତଦନ୍ତରୁ ମୋବାଇଲ୍‌ ଫାଟି ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି । ବଡନଗରର ପୁଲିସ ଆଇଆଇସି ମନୀଷ ମିଶ୍ର ଏ ବିଷୟରେ ସୂଚନା ଦେଇଛନ୍ତି । ତାଙ୍କ ଘର ଉପରେ ୧୧ କେଭିର ତାର ଯାଇଛି । ତାହା ଯୋଗୁଁ ହଠାତ୍‌ ଘରେ ଅତ୍ୟଧିକ ବିଦ୍ୟୁତ୍‌ ସରୋବରାହ ହୋଇ ଏପରି ହୋଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।

ଦେଖନ୍ତୁ କାର୍ଟୁନ୍‌- 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories