www.samajalive.in
Tuesday, December 9, 2025
17.1 C
Bhubaneswar

ମନି ଲଣ୍ଡରିଂ ମାମଲା: ପୂର୍ବତନ ତୃଣମୂଳ ସାଂସଦଙ୍କୁ ଗିରଫ କଲା ପ୍ରବର୍ତନ ନିର୍ଦେଶାଳୟ

 

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ପୂର୍ବ ରାଜ୍ୟସଭା ସାଂସଦ କେ.ଡ଼ି.ସିଂହଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । ସୂଚନା ଅନୁସାରେ ପ୍ରବର୍ତନ ନିର୍ଦେଶାଳୟ ଏକ ନିର୍ଦିଷ୍ଟ ପ୍ରସଙ୍ଗରେ ଅର୍ଥ କାରବାର ସମ୍ପର୍କରେ କେ.ଡ଼ି.ସିଂହଙ୍କୁ ପଚରାଉଚରା କରିଥିଲା । ମାତ୍ର ଏହି ଅର୍ଥ ନେଣଦେଣର ସୂଚନା ଦେବାରେ କେ.ଡ଼ି.ସିଂହ ବିଫଳ ହୋଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା।

- Advertisement -

ଏହାପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ କେ.ଡ଼ି.ସିଂହଙ୍କ ସମ୍ପତ୍ତି ଜବତ କରିଛି । ଜବତ ହୋଇଥିବା ୨୩୯ କୋଟି ଟଙ୍କାର ସଂପତ୍ତି ମଧ୍ୟରେ ରିସର୍ଟ, ବିଭିନ୍ନ କମ୍ପାନୀର ଶୋ ରୁମ୍, ବ୍ୟାଙ୍କ ଜମା ଅନ୍ତର୍ଭୁକ୍ତ । କେ.ଡ଼ି.ସିଂହଙ୍କ ବିଭିନ୍ନ କମ୍ପାନୀ ଉପରେ ମଧ୍ୟ ପ୍ରବର୍ତନ ନିର୍ଦେଶାଳୟ ଚଢ଼ଉ କରିଛି । ତାଙ୍କ କମ୍ପାନୀ ଅଲକେମିଷ୍ଟ ଇନଫ୍ରା ରିୟଲିଟି ଲିମିଟେଡ଼୍ ଉପରେ ପ୍ରବର୍ତନ ନିର୍ଦେଶାଳୟ ୨୦୧୬ରେ ମକଦ୍ଦମା ରୁଜୁ କରିଥିଲା । ଏହି କମ୍ପାନୀ ବିଭିନ୍ନ ଲୋକଙ୍କଠାରୁ ପ୍ରାୟ ୧୯୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲେ । ସେବି ପକ୍ଷରୁ କମ୍ପାନୀର ନିର୍ଦେଶକ, କମ୍ପାନୀ ଓ ଏହାର ଅଂଶୀଦାରଙ୍କ ଉପରେ ମାମଲା ରୁଜୁ ହୋଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories