ଘସିପୁରା : କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ଅର୍ଜୁନ ଚୁଖା ଗ୍ରାମରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଅର୍ଜୁନ ଚୁଖା ଗ୍ରାମର ପୁରୁଷ ତମ ମାଟୀଙ୍କ ପୁଅ ସଞ୍ଜୟ ମାଝୀ।
ସୂଚନା ମୁତାବକ, ସଞ୍ଜୟ ମାଝୀ ତାର ୨ ସାଙ୍ଗମାନଙ୍କ ସହିତ ନିଜ ସମ୍ପର୍କୀୟଙ୍କ ଘରକୁ ବାଇକ୍ ଯୋଗେ ଯାଇଥିଲେ। ଅପରାହ୍ମ ୩ଟା ସମୟରେ ବାଇକରେ ନିଜ ଘରକୁ ଫେରୁଥିବା ବେଳେ ମହୁଲ ଡିହା ଥାନା ଗୋଡ ଭଙ୍ଗା ଘାଟି ନିକଟରେ ବାଇକରୁ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଫଳରେ ଘଟଣାସ୍ଥଳରେ ସଞ୍ଜୟ ମାଟୀଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଉର୍ତ୍ତି ହୋଇଥିବା ଜଣାପଡ଼ିଛି ।
ସଡ଼କ ଦୁର୍ଘଟଣାରେ ୧ମୃତ, ୨ଗୁରୁତର
Popular Categories



