www.samajalive.in
Sunday, December 7, 2025
15.1 C
Bhubaneswar

ସମ୍ବଲପୁରରେ ଅଭୟ ପାଠକଙ୍କ ଲିଙ୍କ୍‌ ଖୋଜିଲା ଭିଜିଲାନ୍ସ ବିଭାଗ

ସମ୍ବଲପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ଲିଙ୍କ୍‌ ଥିବା ସନ୍ଦେହକରି ମଙ୍ଗଳବାର ସମ୍ବଲପୁର ଠାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ସୁନାପାଲି ସ୍ଥିତ ଆରସିସିଏଫ (ରିଜିଓନାଲ ଚିଫ କନଜରବେଟର ଅଫ ଫରେଷ୍ଟ) କାର୍ଯ୍ୟାଳୟ ଏବଂ ବିଭିନ୍ନ ବ୍ୟାଙ୍କକୁ ଅଭୟଙ୍କ ସମ୍ପର୍କରେ ଥିବା ଯେ କୌଣସି ସୂଚନା ପ୍ରଦାନ କରିବାକୁ ନୋଟିସ ଜାରି କରାଯାଇଛି।

୧୯୮୯ ବ୍ୟାଚ୍‌ର ଆଇଏଫଏସ ଅଧିକାରୀ ଶ୍ରୀ ପାଠକ ୧୯୯୧ରୁ ୧୯୯୨ ମସିହା ପର୍ୟ୍ୟନ୍ତ ସମ୍ବଲପୁର ଠାରେ ବନବିଭାଗର ଏଫୋରେଷ୍ଟ୍ରେନ ୱିଙ୍ଗର ଉପନିର୍ଦେଶକ ଭାବେ କାର୍ୟ୍ୟ କରିଥିଲେ। ପରେ ଏହି ୱିଙ୍ଗଟି ସମ୍ବଲପୁରରୁ ରାଉରକେଲା ଉଠିଯିବା ପରେ ଉପ ନିର୍ଦେଶକ ପଦ ମଧ୍ୟ ଉଠି ଯାଇଥିଲା। ତେଣୁ ଶ୍ରୀ ପାଠକଙ୍କ ସମ୍ବଲପୁରରୁ ଅନ୍ୟତ୍ର ବଦଳି କରାଯାଇଥିଲା। ଏବେ ଅଭୟ ଓ ତାଙ୍କ ପୁତ୍ର ଆକାଶଙ୍କ କେଳେଙ୍କାରୀ ସମ୍ମୁଖକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ବିଭାଗ ସାରାଦେଶରେ ତାଙ୍କ ସମ୍ପତ୍ତି ଠାବ କରିବାକୁ ଖୋଳତାଡ କରୁଛି ା ତେଣୁ ସମ୍ବଲପୁରରେ ଭିଜିଲାନ୍ସ ବିଭାଗ ଯାଞ୍ଚ ଆରମ୍ଭ କରିବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବନ ବିଭାଗର ଆରସିସିଏଫ କାର୍ୟ୍ୟାଳୟକୁ ଯାଇ ଶ୍ରୀ ପାଠକଙ୍କ ଚାକିରିକାଳର ଦରମାସ୍ଲିପ, କେତେ ଦରମା ଓ ଆଲାଉନ୍ସ ପାଇଛନ୍ତି ସେ ସମ୍ପର୍କିତ ତଥ୍ୟ ଦେବାକୁ ଭିଜିଲାନ୍ସ ବିଭାଗ କହିଛି ା ସମ୍ବଲପୁରରେ ଶ୍ରୀ ପାଠକଙ୍କ କୌଣସି ସମ୍ପତ୍ତି ଅଛି ନା ନାହିଁ, କେଉଁ ବ୍ୟାଙ୍କରେ ତାଙ୍କ ଆକାଉଣ୍ଟ ଅଛି କି ନାହିଁ ସେନେଇ ମଧ୍ୟ ଭିଜିଲାନ୍ସ ବିଭାଗ ଖୋଳତାଡ କରୁଛି। ବିଭିନ୍ନ ବ୍ୟାଙ୍କଗୁଡିକୁ ଶ୍ରୀ ପାଠକଙ୍କ ସମ୍ପର୍କରେ କୌଣସି ତଥ୍ୟ ଥିଲେ ତୁରନ୍ତ ତାହା ପ୍ରଦାନ କରିବାକୁ କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories