www.samajalive.in
Monday, December 8, 2025
27.1 C
Bhubaneswar

ରେଳ କର୍ମଚାରୀଙ୍କ ମୃତ୍ୟୁ, ସ୍ତବ୍ଧ କଲା ଭିଡିଓ

ପାଟଣା : ବିହାରର ବରୋନୀ ଜଙ୍କସନରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । ଟ୍ରେନର ଇଞ୍ଜିନରେ କୋଚ୍ ସଂଯୋଗ ହେବା ସମୟରେ ମଝିରେ ଚାପି ହୋଇ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ପ୍ରାୟ ୨ ଘଣ୍ଟା ଧରି ତାଙ୍କ ମୃତଦେହ ଫସିରହିଥିଲା । ଏଭଳି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଦୁଃଖର ଛାୟା ଖେଳିଯାଇଥିଲା ।

- Advertisement -

ମୃତ ରେଳ କର୍ମଚାରୀଙ୍କ ନାଁ ସୌରଭ କୁମାର ବୋଗି ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଲୋକୋ ପାଇଲଟ୍ ଟ୍ରେନ୍ ଛାଡି ଫେରାର ହୋଇଯାଇଛନ୍ତି । ଅନ୍ୟପଟେ ରେଳ କର୍ମଚାରୀମାନେ ଅଭିଯୋଗ କରିଛନ୍ତି କି ସେମାନଙ୍କଠୁ ଅଧିକ କାମ ନିଆଯାଉଛି । ଏକ ଇଞ୍ଜିନ ଏବଂ ଟ୍ରେନର ସଂଯୋଗୀକରଣ ସମୟରେ ୪ ଜଣ କର୍ମଚାରୀଙ୍କ ଆବଶ୍ୟକତା ଥାଏ କିନ୍ତୁ ଜଣେ ସେହି କାମ କରିବାରୁ ଏଭଳି ଅଘଟଣ ଘଟିଛି ବୋଲି ଅନ୍ୟ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories