www.samajalive.in
Monday, December 8, 2025
27.1 C
Bhubaneswar

ଭୂମିକମ୍ପରେ ବନ୍ଦ ହୋଇଯାଇଥିଲା ୧୦୦ ବର୍ଷର ପୁରୁଣା ଘଣ୍ଟା: ୧୦ ବର୍ଷପରେ ପୁଣି ଚାଲିଲା

ଟୋକିଓ: ୧୦୦ ବର୍ଷର ପୁରୁଣା ଘଣ୍ଟା। ତଥାପି ଚାଲିଥିଲା। ହେଲେ ଭୂକମ୍ପ ଜନିତ ସୁନାମିରେ ତାହା ବନ୍ଦ ହୋଇଗଲା। ପ୍ରାୟ ୧୦ବର୍ଷ ବନ୍ଦ ରହିବା ପରେ ପୁଣି ଏକ ଭୂକମ୍ପ ପ୍ରଭାବରେ ତାହା ଚାଲିବା ଆରମ୍ଭ କରିଛି।
ଜାପାନର ମିୟାଗି ଅଂଚଳର ୟାମାମୋତୋସ୍ଥିତ ଫୁମୋନଜି ମନ୍ଦିରରେ ରହିଛି ଏହି ଘଣ୍ଟା। ଉକ୍ତ ଘଣ୍ଟା ପ୍ରାୟ ୧୦୦ ବର୍ଷର ପୁରୁଣା। ତଥାପି ତାହା ଚାଲି ଠିକ୍‍ ସମୟ ସୂଚାଉଥିଲା। ୨୦୧୧ରେ ଉକ୍ତ ଅଂଚଳରେ ଏକ ବଡଧରଣର ଭୂକମ୍ପ ଅନୁଭୂତ ହେଲା। ତାହା ପ୍ରଭାବରେ ସୁନାମି ଆସିଲା ଏବଂ ସେଥିରେ ପ୍ରାୟ ୧୮,୦୦୦ ଲୋକଙ୍କର ମୃତ୍ୟୁ ଘଟିଲା। ସେହି ଶକ୍ତିଶାଳୀ ଭୂକମ୍ପ ଜନିତ ସୁନାମି ପ୍ରଭାବରେ ୟାମାମୋତୋ ମନ୍ଦିରରେ ସମୁଦ୍ର ପାଣି ପ୍ରବେଶ କଲା। ଫଳରେ ସେଠାରେ ଥିବା ପୁରାତନ ଘଣ୍ଟାଟି ପାଣିରେ ବୁଡିଯିବାରୁ ତାହା ବନ୍ଦ ହୋଇଗଲା। ଘଣ୍ଟାର ମାଲିକ ତଥା ଉକ୍ତ ମନ୍ଦିରର ମୁଖ୍ୟ ପୂଜକ ବୁନ୍‍ସୁନ ସାକାନୋ ଘଣ୍ଟାଟିକୁ ଚଳାଇବା ପାଇଁ ବହୁ ପ୍ରୟାସ କରିଥିଲେ। କିନ୍ତୁ ସେଥିରୁ କିଛି ସୁଫଳ ମିଳିଲାନାହିଁ। ଏଥିରେ ବୁନ୍‍ସୁନଙ୍କ ମନଦୁଃଖ ହେଲା। ସେ ସେହିଭଳି ଭାବରେ ଘଣ୍ଟାକୁ ସେହିଠାରେ ରଖିଦେଲେ। ତାହାର ୧୦ ବର୍ଷ ପରେ ଚଳିତ ବର୍ଷ ଫେବ୍ରୁଆରୀ ୧୩ ତାରିଖରେ ଉକ୍ତ ଅଂଚଳରେ ବଡଧରଣର ଭୂକମ୍ପ ଅନୁଭୂତ ହେଲା। ତାହା ପରଦିନ ବୁନ୍‍ସୁନ ମନ୍ଦିରକୁ ଆସି ତାଙ୍କ କାମ କରୁଥିଲେ। ଚାରିଆଡ ଶୂୁନ୍‍ଶାନ ଥିଲା। ବୁନ୍‍ସୁନ କିଛି ଗୋଟାଏ ଶବ୍ଦ ଶୁଣିଲେ। ସେ ଯାହା ଦେଖିଲେ ସେଥିରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ। ଭୂକମ୍ପ ପରେ ଘଣ୍ଟା ପୁଣି ଚାଲିବା ଆରମ୍ଭ କରିଥିଲା।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories