www.samajalive.in
Monday, December 8, 2025
27.1 C
Bhubaneswar

ସୀତାରମଣଙ୍କ ଅଭୟ ବାଣୀ, ଜଣେ ବି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ବ୍ୟାଙ୍କଗୁଡିକର ପ୍ରସ୍ତାବିତ ମିଶ୍ରଣ ଦ୍ୱାରା କେହି ଜଣେ ମଧ୍ୟ ନିଯୁକ୍ତି ହରାଇବେ ନାହିଁ। ରବିବାର ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି, ଏହି ମିଶ୍ରଣ ପରେ କୌଣସି ଜଣେ ବି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ଏହି ମିଶ୍ରଣ ଦ୍ୱାରା ନିଯୁକ୍ତି ହ୍ରାସ ଘଟିବ ବୋଲି ପ୍ରକାଶିତ ରିପୋର୍ଟକୁ ସେ ଖଣ୍ଡନ କରି କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ନିର୍ମଳା ସୀତାରମଣ ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କରେ ପରିଣତ କରିବା ପାଇଁ ଗତ ଶୁକ୍ରବାରଦିନ ଏକ ବଡ ପ୍ରସ୍ତାବ ଘୋଷଣା କରିଥିଲେ। ବିଶ୍ୱସ୍ତରରେ ମଜବୁତ୍‍ ଅର୍ଥ ପ୍ରଦାନକାରୀ ସୃଷ୍ଟି କରିବା ଏହାର ଲକ୍ଷ୍ୟ। ତେବେ କେତେଗୁଡିଏ ବ୍ୟାଙ୍କ ସଂଘ ନିଯୁକ୍ତି ହ୍ରାସ ପାଇବାର ଆଶଙ୍କା କରି ବିକ୍ଷୋଭ ଚଳାଇଛନ୍ତି। ଏହି ପ୍ରସ୍ତାବ କର୍ମଚାରୀ ବିରୋଧୀ ନୁହେଁ ବୋଲି ସୀତାରମଣ ସଂଘଗୁଡିକୁ ଆଶ୍ୱାସନା ଦେଇଛନ୍ତି।

ବ୍ୟାଙ୍କଗୁଡିକର ପ୍ରସ୍ତାବିତ ମିଶ୍ରଣ ଦ୍ୱାରା ଦେଶର ଅର୍ଥନୀତିରେ ପ୍ରତିକୂଳ ପ୍ରଭାବ ପଡିବ କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି ସୀତାରମଣ କହିଛନ୍ତି, ସରକାର ଏ ସମ୍ପର୍କରେ ସଚେତନ ଅଛନ୍ତି ଓ ଆବଶ୍ୟକ ମତେ ପଦକ୍ଷେପ ଗ୍ରହଣ କରାଯିବ। ଅଟୋମୋବାଇଲ କ୍ଷେତ୍ରରେ ଜିଏସଟି ହ୍ରାସ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, ଜିଏସଟି ପରିଷଦ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories