www.samajalive.in
Sunday, December 7, 2025
23.1 C
Bhubaneswar

ଆରମ୍ଭ ହେଲା ଭୋଟର ପରିଚୟ ପତ୍ର ଯାଞ୍ଚ୍‍ ପ୍ରକ୍ରିୟା

ନୂଆଦିଲ୍ଲୀ: ରବିବାରଠାରୁ ଭୋଟର ପରିଚୟ ପତ୍ର ଯାଞ୍ଚ୍‍ ପ୍ରକ୍ରିୟା ସମଗ୍ର ଦେଶରେ ଆରମ୍ଭ ହୋଇଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏହି ଯାଞ୍ଚ୍‍ ଆସନ୍ତା ମାସ ୧୫ ତାରିଖ ଯାଏ ଚାଲିବ। ଜନ ଭାଗିଦାରୀ ଜରିଆରେ ଏହି ଭୋଟର୍‍ ପରିଚୟ ପତ୍ର ପ୍ରସ୍ତୁତ କରାଯିବ। ଉଭୟ ଅନ୍‍ଲାଇନ୍‍ ଏବଂ ଅଫ୍‍ ଲାଇନରେ ଏହାର ଯାଞ୍ଚ୍‍ କରାଯାଇପାରିବ। ଏହି ପ୍ରକ୍ରିୟା ଅନୁଯାୟୀ ଗୋଟିଏ ପରିବାରର ଜଣେ ଭୋଟର୍‍ଙ୍କୁ ୟୁଜର୍‍ ନେମ୍‍ ଓ ପାସ୍‍ୱାର୍ଡ଼ ଯୋଗାଇ ଦିଆଯିବ। ସେହି ବ୍ୟକ୍ତି ନିଜର ଏବଂ ପରିବାର ଲୋକଙ୍କର ସମସ୍ତ ତଥ୍ୟ ଅନ୍‍ଲାଇନ୍‍ ମାଧ୍ୟମରେ ଦେଇପାରିବେ ବୋଲି ଆୟୋଗଙ୍କ ସୂତ୍ରରୁ ସୂଚନା ମିଳିଛି। ପ୍ରଦାନ କରାଯାଇଥିବା ସମସ୍ତ ତଥ୍ୟର ଯାଞ୍ଚ୍‍ ଭି.ଏଲ୍‍.ଓ. (ଗ୍ରାମ ସ୍ଥରୀୟ ଅଧିକାରୀ)ଙ୍କ ଦ୍ୱାରା କରାଯିବ। ଭୋଟର୍‍ ପରିଚୟ ପତ୍ର ଯାଞ୍ଚ୍‍ କରିବା ପାଇଁ ପ୍ରଥମେ nvsp.inରେ ମୋବାଇଲ୍‍ ନମ୍ବର, ମତଦାତାଙ୍କ କାର୍ଡ଼ ନମ୍ବର ଏବଂ ଇ-ମେଲ୍‍ ଆଇ.ଡି. ଦେଇ ରେଜିଷ୍ଟ୍ରେସନ୍‍ କରିବାକୁ ପଡ଼ିବ। ଗୁଗୁଲ୍‍ ପ୍ଲେ ଷ୍ଟୋରରେ ଭୋଟର୍‍ ହେଲ୍‍ପ୍‍ ଲାଇନ୍‍ ଆପ୍‍ ଡାଉନଲୋଡ଼ କରି ମଧ୍ୟ ଏହି ରେଜିଷ୍ଟ୍ରେସନ୍‍ ପ୍ରକ୍ରିୟା କରାଯାଇପାରିବ। ଏହାପରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଘରକୁ ଘର ବୁଲି ସ୍ମାର୍ଟ ଫୋନ୍‍ ମାଧ୍ୟମରେ ମତଦାତାଙ୍କ ତଥ୍ୟ ଯାଞ୍ଚ୍‍ କରିବେ।

ସାରା ଦେଶରେ ୭୪୦ ଜଣ ଜିଲ୍ଲା ସ୍ଥରୀୟ ଅଧିକାରୀ ଓ ରାଜ୍ୟ ସ୍ଥରରେ ୩୬ ଜଣ ଅଧିକାରୀ ଏହି ମତଦାତା ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବେ। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ସମସ୍ତ ନାଗରିକଙ୍କୁ ଆହ୍ୱାନ ଦେଇ ଏହି ଯାଞ୍ଚ ପ୍ରକିୟାରେ ସାମିଲ ହୋଇ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବାକୁ କହିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories