www.samajalive.in
Monday, December 8, 2025
20.1 C
Bhubaneswar

ବିଭିନ୍ନ ବ୍ୟାଙ୍କର ମିଶ୍ରଣ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଳୀ : ଭାରତ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ସହ ଗତିଶୀଳ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କେତେକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସରକାରୀ ବ୍ୟାଙ୍କଗୁଡ଼ିକର ଲାଭର ସ୍ଥିତି, ଋଣ ଆଦାୟ ସ୍ତର ଏବଂ ନୀରବ ମୋଦୀ ଭଳି ବଡ଼ ଦୁର୍ନୀତିକୁ ଅଟକାଇବା ପାଇଁ କରାଯାଉଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ ରହିଛି।

ଏହାସହ କେନ୍ଦ୍ର ସରକାର ବିଭିନ୍ନ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା କରିଛନ୍ତି। ନିର୍ମଳା ସୀତାରମଣ କହିଛନ୍ତି ଯେ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ କେତେକ ପଦକ୍ଷେପ ନିଆଯାଇଛି। ଘୋଷଣା ଅନୁସାରେ ୟୁନିୟନ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ହେବ। ସେହିପରି ଇଣ୍ଡିଆନ ବ୍ୟାଙ୍କ ଏବଂ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ହେବ। କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ହେବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କର ମିଶ୍ରଣ ହେବ। ଋଣ ଆଦାୟ ରେକର୍ଡ ସ୍ତରରେ ରହିଛି। ବ୍ୟାଙ୍କରୁ କର୍ମଚାରୀଙ୍କୁ ଛଟେଇ କରାଯାଇନାହିଁ। ୧୮ରୁ ୧୪ ବ୍ୟାଙ୍କର ଲାଭ ପରିମାଣ ବୃଦ୍ଧି ପାଇଛି। ଏନପିଏ ହ୍ରାସ ପାଇ ୭.୯୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କଗୁଡ଼ିକରେ ଏନପିଏରେ ହ୍ରାସ ପରିଲକ୍ଷିତ ହୋଇଛି। ଖରାପ ସମୟରେ ଚାର ଏନବିଏଫସିଙ୍କୁ ସରକାରୀ ବ୍ୟାଙ୍କରୁ ସହାୟତା ମିଳିଛି। ୮ ସରକାରୀ ବ୍ୟାଙ୍କ ରେପୋ ହାର ଅନୁସାରେ ଋଣ ଦେବା ଆରମ୍ଭ କରିଛନ୍ତି। କମ ସମୟରେ ଅଧିକ ଋଣ ଦେବାର ସ୍କିମ ଜାରି ହୋଇଛି। ପଳାତକଙ୍କ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ୨୫୦ କୋଟିରୁ ଅଧିକ ଟଙ୍କାର ଋଣ ଉପରେ ନଜର ରଖାଯିବ। ବ୍ୟାଙ୍କ ଭଲ ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବେ ଓ ସବୁ ବ୍ୟାଙ୍କରେ କିଛି ସୁଧାର କରାଯାଇଛି। ୩ ଲକ୍ଷ ଜାଲ କମ୍ପାନୀକୁ ବନ୍ଦ କରାଯାଇଛି। ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା ଉପରେ କାର୍ଯ୍ୟ ଚାଲିଛି। ଭିତ୍ତିଭୂମି ଉପରେ ଖର୍ଚ୍ଚ ବୃଦ୍ଧି ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି। ଆର୍ଥିକ ଅଭିବୃଦ୍ଧି ପାଇଁ ଅନ୍ୟ ବିକଳ୍ପ ଉପରେ ଚର୍ଚ୍ଚା ଚାଲିଛି। ଆସନ୍ତା ସପ୍ତାହରେ ଏହାର ଘୋଷଣା ହେବ ବୋଲି ନିର୍ମଳା କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories