www.samajalive.in
Monday, December 8, 2025
20.1 C
Bhubaneswar

ଚିନ୍ତା ବଢ଼ାଉଛି ପିଆଜ ଦର: ପରିସ୍ଥିତିର ସମୀକ୍ଷା କରୁଛି କେନ୍ଦ୍ର

ଭୁବନେଶ୍ବର : ସମ୍ପ୍ରତି ଦେଶର ସମସ୍ତ ଭାଗରେ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ ମୂଲ୍ୟରେ ଏଭଳି ବୃଦ୍ଧି ଖାଉଟିଙ୍କୁ ଅତିଷ୍ଠ କଲାଣି। ବର୍ତ୍ତମାନ ବଜାରରେ ପିଆଜ କିଲୋ ପିଛା ୩୫ ଟଙ୍କା ଛୁଇଁଛି। ଖାଉଟି କାହିଁକି ସରକାର ବି ଏବେ ଏହାକୁ ନେଇ ଚିନ୍ତା ପ୍ରକଟ କଲେଣି।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନାଫେଡ୍‌ ଏମ୍‌ଡି, ଏସିସିଏଫ୍ ଏମ୍‌ଡି, ସଫଳ ଏବଂ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ବନ୍ୟା ଯୋଗୁ ଯୋଗାଣ ଜନିତ ସମସ୍ୟା ଦେଖାଦେଇଛି।ଏହାର ପ୍ରଭାବ ସିଧାସଳଖ ଭାବେ ରଜ୍ୟର ପିଆଜ ବଜାରରେ ପଡିଛି। ଯାହା ଫଳରେ ଦିନ କେଇଟା ମଧ୍ୟରେ ପିଆଜ ଦର କିଲୋ ପିଛା ୨୨ ଟଙ୍କାରୁ ୩୫ ଟଙ୍କା ଛୁଇଁଛି। ରବିବାର ଭୁବନେଶ୍ବରର ପରିବା ପେଣ୍ଠସ୍ଥଳ ଆଇଗଣିଆଠାରେ ପିଆଜର ପାଇକାରୀ ଦର କ୍ବିଣ୍ଟାଲ ପିଛା ୨୫୦୦ରୁ ୨୮୦୦ ଟଙ୍କା ମଧ୍ୟରେ ରହିଛି। ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ଯୋଗାଣ ବିଭାଗକୁ ଦାୟୀ କରୁଛନ୍ତି। କାରଣ ବର୍ତ୍ତମାନ ଏଭଳି ଉଚ୍ଚ ରହିଥିବାବେଳେ ଆଗକୁ ପାର୍ବଣ, ସେତେବେଳେ ପରିସ୍ଥିତି ଅଣାୟତ୍ତ ହୋଇପାରେ। ଏଯାଏ ବିଭାଗ ପକ୍ଷରୁ ମହଜୁଦକାରୀଙ୍କ ଉପରେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories