www.samajalive.in
Monday, December 8, 2025
17.1 C
Bhubaneswar

ଗିରଫ ହେଲେ ଚିଦାମ୍ବରମ

ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ କଂଗ୍ରେସ ଭବନରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିବା ଚିଦାମ୍ବରମ ନିଜ ବାସଗୃହକୁ ଫେରିବା ମାତ୍ରେ ସେଠାରୁ ପୂର୍ବରୁ ଅପେକ୍ଷା କରିଥିବା ସିବିଆଇ ତାଙ୍କୁ ଗିରଫ କରିଛି। ଚିଦାମ୍ବରମଙ୍କ ବାସଗୃହ ସାମ୍ନା ଗେଟ ଭିତରପଟୁ ବନ୍ଦ ଥିବାରୁ ସିବିଆଇ ଅଧିକାରୀ ପାଚେରୀ ଡେଇଁ ଭିତରକୁ ପ୍ରବେଶ କରିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି। ଏହି ଗିରଫଦାରିରେ ସିବିଆଇ, ଇଡି ଓ ଦିଲ୍ଲୀ ପୁଲିସ ସାମିଲ ହୋଇଥିଲେ। ପ୍ରଥମେ ସିବିଆଇର ଏକ ଟିମ ପାଚେରୀ ଡେଇଁ ଭିତରେ ପ୍ରବେଶ କରିବା ମାତ୍ରେ ସିବିଆଇର ଆଉ ଏକ ଟିମ ବାହାରେ ରହିଥିଲେ। ସେହି ସମୟ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଁଚିଯାଇଥିଲେ।

- Advertisement -

ଘଟଣାସ୍ଥଳରେ କଂଗ୍ରେସର କିଛି କର୍ମୀ ଓ ତୁଙ୍ଗ ନେତା ଧାରଣାରେ ବସି ରହିଥିଲେ ଓ ସେମାନଙ୍କୁ ଘଉଡେଇବା ପାଇଁ ଦିଲ୍ଲୀ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ତେବେ ଚିଦାମ୍ବରମଙ୍କୁ ଘର ଭିତରେ ସିବିଆଇ ଗିରଫ କରିବା ପରେ ଦିଲ୍ଲୀ ପୁଲିସ ଗେଟ ଭିତରକୁ ପ୍ରବେଶ କରିଥିଲା। ସେହି ସମୟ ଭିତରେ ସିବିଆଇ ନିର୍ଦ୍ଦେଶକ ପହଂଚିବା ପରେ ଦିଲ୍ଲୀ ପୁଲିସ ଗାଡ଼ିରେ ଚିଦାମ୍ବରମଙ୍କୁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories