ବେଙ୍ଗାଲୁରୁ: ଜଣେ ବ୍ୟକ୍ତି ବେପରୁଆ ଢଙ୍ଗରେ ଗାଡି ଚଳାଇ ଅନେକ ଲୋକଙ୍କୁ ଆହତ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ରବିବାର ଦିନ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ୍ରେ ଏହି ଘଟଣାର ସମସ୍ତ ଦୃଶ୍ୟ ଉତ୍ତୋଳନ ହୋଇଛି।
#WATCH Bengaluru: A drunk person drove his car over pedestrians on a footpath at HSR Layout locality. The driver was taken into police custody & injured were admitted to hospital. Case registered. #Karnataka pic.twitter.com/mmS8e69MPw
— ANI (@ANI) 19 August 2019
ମିଳିଥିବା ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ବେଙ୍ଗାଲୁରୁର ଏଚ୍ଏସ୍ଆର ଲେଆଉଟ୍ ଅଞ୍ଚଳରେ ଏକ ଦ୍ରୁତଗତିରେ ଆସି ନିୟନ୍ତ୍ରଣ ହରାଇ ଫୁଟ୍ପାଥ୍ ଉପରକୁ ମାଡି ଯାଇଥିଲା। ଫଳରେ ଫୁଟ୍ପାଥ୍ରେ ଥିବା ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ନକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଗାଡି ଚାଳକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିଲେ ବୋଲି କୁହାଯାଉଛି ।



