ମୁମ୍ବଇ : ଆଗାମୀ ଚଳଚ୍ଚିତ୍ର ‘ଭୁଲ-ଭୁଲୈୟା-୨’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭୁଲ-ଭୁଲୈୟା’ର ସିକ୍ୱେଲ ‘ଭୁଲ-ଭୁଲୈୟା-୨’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ସୋମବାର ଚଳଚ୍ଚିତ୍ରର ମୁଖ୍ୟ କଳାକାରଙ୍କ ପ୍ରଥମ ଲୁକ୍ ଔପଚାରିକ ଭାବେ ଶେୟାର କରାଯାଇଛି। ୨୦୦୭ରେ ମୁକ୍ତିଲାଭ କରିଥିବା ‘ଭୁଲ-ଭୁଲୈୟା’ରେ ଅକ୍ଷୟଙ୍କ ରୂପ ଯେପରି ଥିଲା କାର୍ତ୍ତିକଙ୍କୁ ଠିକ୍ ସେହି ରୂପରେ ଦେଖିବାକୁ ମିଳିଛି। ଭୂଷଣ କୁମାରଙ୍କ ବ୍ୟାନରରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଅନୀସ ବଜ୍ମୀ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଚଳଚ୍ଚିତ୍ରରେ ଅକ୍ଷୟଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି।
Popular Categories



