www.samajalive.in
Tuesday, December 9, 2025
15.1 C
Bhubaneswar

ପିଓକେ ଲୋକ କହୁଛନ୍ତି; ଭାରତ ସହ ଯୁଦ୍ଧ କଲେ ପାକିସ୍ତାନ ହାରିଯିବ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଜାମ୍ମୁ-କାଶ୍ମୀରରୁ ଭାରତ ସରକାର ୩୭୦ ଧାରା ଉଚ୍ଛେଦ କରିବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ସୀମାନ୍ତରେ ପାକିସ୍ତାନ ଯୁଦ୍ଧ ବିମାନ, ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟ ଠୁଳ କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛି। କିନ୍ତୁ ପାକିସ୍ତାନର ଅସଲ ଗୁମର ଖୋଲିଛନ୍ତି ନିଜ ଦେଶର ଜଣେ ପ୍ରତିରକ୍ଷା ବିଶେଷଜ୍ଞ। ପାକିସ୍ତାନର ସ୍ଥିତି ଯେମିତି ଅଛି, ସେଥିରେ ସେ ଭାରତ ବିରୋଧରେ ଯୁଦ୍ଧ କରିପାରିବ ନାହିଁ। ପାକ୍‌ ସୈନ୍ୟମାନେ ମଧ୍ୟ ଭାରତ ସହିତ ଯୁଦ୍ଧ କରିବା ଅବସ୍ଥାରେ ନାହାନ୍ତି ବୋଲି ପ୍ରତିରକ୍ଷା ବିଶେଷଜ୍ଞ ତଥା ଲେଖିକା ଆୟଶା ସିଦ୍ଦୀକା କହିଛନ୍ତି।

ଆୟଶା କହିଛନ୍ତି, ପାକିସ୍ତାନ ଆର୍ଥିକ ସଙ୍କଟ ବର୍ତ୍ତମାନ ଗମ୍ଭୀର ସ୍ଥିତିରେ ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରେ ଅଛି। ଏପରି ଅବସ୍ଥାରେ ପାକିସ୍ତାନ ଭାରତ ସହିତ ଯୁଦ୍ଧ କରିପାରିବ ନାହିଁ। ସେ କହିଛନ୍ତି, ଯେତେବେଳେ ମୁଁ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ରେ ରହୁଥିବା ମୋ ବନ୍ଧୁମାନଙ୍କୁ ପଚାରିଲି ଯେ, ପାକିସ୍ତାନୀ ସେନା କାହିଁକି ଯୁଦ୍ଧ କରୁନାହାନ୍ତି, ସେତେବେଳେ ସେ ଉତ୍ତର ଦେଲେ ଯେ ସେମାନେ ହାରିଯିବେ। ଏହା ଅର୍ଥ ପାକିସ୍ତାନର ଜନସାଧାରଣ ବି ବୁଝିପାରୁଛନ୍ତି ଯେ ପାକିସ୍ତାନୀ ସେନା ଭାରତ ସହିତ ଯୁଦ୍ଧ କରିପାରିବେ ନାହିଁ। ପ୍ରଥମ ଥର ଲାଗି ଦେଶର ଜନସାଧାରଣ ବି ଏହା ବୁଝିଛନ୍ତି ଯେ ଭାରତ ସହିତ ଯୁଦ୍ଧ ସମ୍ଭବ ନୁହେଁ। କେବଳ ଭାରତକୁ ଭୟଭୀତ କରିବା ପାଇଁ ପାକ୍‌ ସେନା ଏପରି କରୁଥିବା ପିଓକେର ଲୋକମାନେ କହୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories