www.samajalive.in
Monday, December 8, 2025
27.1 C
Bhubaneswar

ସୋମବାର ଯୋଗୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ସାମିଲ ହୋଇପାରନ୍ତି ଅଧ ଡର୍ଜନ ନୂଆ ଚେହେରା!

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସୋମବାର ଦିନ ହୋଇପାରେ। ରାଜଭବନରେ ଶନିବାର ସନ୍ଧ୍ୟାରୁ ପ୍ରସ୍ତୁତିକୁ ଦେଖି ରାଜନୈତିକ ମହଲରେ ଏହା ଧାର୍ଯ୍ୟ ମନେ କରାଯାଉଛି। ଏହା ପୂର୍ବରୁ ଶୁକ୍ରବାର ମୁଖ୍ୟମମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ହଠାତ ଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରୁ ଫେରି ମୁଖ୍ୟମନ୍ତ୍ରୀ ଶନିବାର ସନ୍ଧ୍ୟାରେ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟିଥିଲେ। ଏହାପରଠାରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଛି।

ଦଳୀୟ ସୂତରୁ ମିଳିଥିବା ସୂଚନା ଅନୁସାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଏଥର ଅଧ ଡର୍ଜନ ନୂଆ ଚେହେରା ମନ୍ତ୍ରିମଣ୍ଡଳରେ ସାମିଲ ହେବେ ଓ ଅଧ ଡର୍ଜନ ମନ୍ତ୍ରୀଙ୍କୁ ପଦୋନ୍ନତି ଦିଆଯିବ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଉପନିର୍ବାଚନ ପାଇଁ ବିଜେପି ମୁଖ୍ୟାଳୟରେ ଡକାଯାଇଥିବା ବୈଠକ ସାରି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ। ରାଜଭବନରେ ସେ ରାଜ୍ୟପାଳଙ୍କୁ ଭେଟି ଏକାକୀ ଆଲୋଚନା କରିଥିଲେ। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ୭/୮ ମନ୍ତ୍ରୀଙ୍କ ପ୍ରଦର୍ଶନରେ ଖୁସି ନାହାନ୍ତି। ସେମାନଙ୍କ କେତେକ କାମକୁ ନେଇ ବିଜେପିର ଶୀର୍ଷ ନେତାଙ୍କ ପାଖରେ ଅଭିଯୋଗ ପହଞ୍ଚିଛି। ସେଭଳି ନେତାଙ୍କୁ ହଟାଇ ମନ୍ତ୍ରିମଣ୍ଡଳରେ ନୂଆ ଚେହରାଙ୍କୁ ସାମିଲ କରାଯିବ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories