www.samajalive.in
Monday, December 8, 2025
27.1 C
Bhubaneswar

ରାତି ଅଧ ଯାଏଁ ସ୍କୁଲରେ ଉଡୁଥିଲା ତ୍ରିରଙ୍ଗା; ପ୍ରଧାନଶିକ୍ଷକ ନିଳମ୍ୱିତ

ସୋର : ଜାତୀୟ ପତକା ତ୍ରିରଙ୍ଗାକୁ ଅସମ୍ମାନ କରିବା ଅଭିଯୋଗରେ ସରାଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଳମ୍ୱିତ ହୋଇଛନ୍ତି । ସୂଚନାଯୋଗ୍ୟ, ସବୁ ଥର ଭଳି ଏଥର ମଧ୍ୟ ୭୩ତମ ସ୍ବାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖ ଦିନ ବାଲେଶ୍ବର ଜିଲା ବାଳିଆପାଳ ବ୍ଲକ ଅନ୍ତର୍ଗତ ସରାଡିହା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲ।। ନିୟମ ଅନୁସାରେ, ସୂର୍ୟ୍ୟାସ୍ତ ପରେ ଜାତୀୟ ପତାକା ଅବତରଣ କରିବା ଉଚିତ୍ । ଏଭଳି ନକଲେ ଏହା ଜାତୀୟ ପତାକା ପ୍ରତି ଅପମାନ ବୋଲି ସମ୍ବିଧାନରେ କୁହାଯାଇଛି । କିନ୍ତୁ ସରାଡିହା ପ୍ରାଥମିକ ବିଦ୍ୟାଳୟରେ ବିଳମ୍ୱିତ ରାତି ଯାଏଁ ଉଡୁଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଗଣମାଧ୍ୟମରେ ଏହି ଘଟଣା ପ୍ରସାରଣ ହେବା ପରେ ବାଲିଆପାଳ ବିଇଓ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଇଓ ରବିବାର ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ୱନ କରିଛନ୍ତି ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories