www.samajalive.in
Monday, December 8, 2025
27.1 C
Bhubaneswar

ଅରୁଣ ଜେଟଲୀଙ୍କ ଅବସ୍ଥା ସଂକଟାପନ୍ନ, ଏମ୍ସରେ ପହଞ୍ଚିଲେ ମୋହନ ଭାଗବତ

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ତାଙ୍କୁ କାର୍ଡିଓ ନ୍ୟୁରୋ ସେଣ୍ଟରର ଆଇସିୟୁରେ ରଖାଯାଇଛି। ଆରଏସଏସ ମୁଖ୍ୟ ମୋହନ ଭାଗବତ ରବିବାର ସକାଳେ ଏମ୍ସରେ ପହଞ୍ଚି ଜେଟଲୀଙ୍କ ସ୍ୱାସ୍ଥ୍ରବସ୍ଥା ପଚାରି ବୁଝିଛନ୍ତି। ସେହିପରି ରବିବାର ଅପରାହ୍ଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ଶିଷୋଦିଆ ପ୍ରମୁଖ ଅରୁଣ ଜେଟଲୀଙ୍କୁ ଦେଖିବାକୁ ଏମ୍ସ ଯାଇଥିଲେ ।

ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ଜେଟଲୀଙ୍କୁ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଏସପି ଅଧ୍ୟକ୍ଷା ମାୟାବତୀ, କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ, ସତୀଶ ମିଶ୍ର, ସତ୍ୟପାଳ ମଲିକ ପ୍ରମୁଖ ଏମ୍ସରେ ପହଞ୍ଚି ଜେଟଲୀଙ୍କ ସ୍ବାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହ ମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଏମ୍ସରେ ପହଞ୍ଚି ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ।

- Advertisement -

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ଜୀବନ ସହାୟକ ପ୍ରଣାଳୀରେ ରଖାଯାଇଛି।  ପ୍ରକାଶ ଯେ ଏମ୍ସ ପକ୍ଷରୁ ଅନ୍ତଃସ୍ତ୍ରାଵୀ, କିଡ଼ନୀ ଏବଂ ହୃଦରୋଗ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଦଳ ଜେଟଲୀଙ୍କ ଚିକିତ୍ସା କରୁଛନ୍ତି ।

୬୬ ବର୍ଷୀୟ ଜେଟଲୀଙ୍କର ୨୦୧୮ରେ କିଡ଼ନୀ ପ୍ରତିରୋପଣ କରାଯାଇଥିଲା ଓ ଚଳିତ ବର୍ଷ ଜାନୁଆରୀରେ ସେ ମେଡିକାଲ ଚେକ ଅପ ପାଇଁ ଆମେରିକା ଯାଇଥିଲେ। ୨୦୧୪ରେ ମଧୁମେହ ଜନିତ ଓଜନ ହ୍ରାସ ପାଇଁ ତାଙ୍କର ଅସ୍ତେ୍ରାପଚରା ହୋଇଥିଲା।​‌ ଅସୁସ୍ଥତା ଯୋଗୁ ସେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନଥିଲେ ଓ କୌଣସି ଦାୟିତ୍ବ ନେବାକୁ ମନାକରିଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories