www.samajalive.in
Monday, December 8, 2025
27.1 C
Bhubaneswar

ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା ନୀଲମ ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ: ଦୂରଦର୍ଶନର ବରିଷ୍ଠ ଉପସ୍ଥାପିକା ନୀଲମ ଶର୍ମାଙ୍କ ଶନିବାର ପରଲୋକ ଘଟିଛି । ଦୂରଦର୍ଶନର ଜଣେ ଅଧିକାରୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ନୀଲମ ଶର୍ମା କର୍କଟ ରୋଗରେ ପୀଡିତ ଥିଲେ । ୧୯୯୫ ମସିହାରେ ସେ ଦୂରଦର୍ଶନରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଦୂରଦର୍ଶନରେ ୨୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ‘ତେଜସ୍ବିନୀ’ , ‘ବଡି ଚର୍ଚ୍ଚା’, ‘ଏହସାସ୍’ ଏବଂ ’ଚର୍ଚ୍ଚା ମେ’  ଭଳି ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମର ସଞ୍ଚାଳକ ଦାୟିତ୍ବ ସଫଳତା ପୂର୍ବକ ତୁଲାଇ ଥିଲେ । ପାରମ୍ପରିକ ଭାରତୀୟ ଶୈଳୀରେ ଦୂରଦର୍ଶନ ସମ୍ବାଦ ପରିବେଷଣରେ ତାଙ୍କର ଅନନ୍ୟ ଦକ୍ଷତା ଥିଲା। ‘ଲେଡି ଶ୍ରୀରାମ କଲେଜ ଫର ୱିମେନ୍‌’ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ନୀଲମ ସମ୍ବାଦ ଉପସ୍ଥାପନା ବ୍ୟତୀତ କେନ୍ଦ୍ର ସରକାରଙ୍କ ଅନେକ ଫ୍ଲାଗ୍ ସିପ୍ କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।

ଉପସ୍ଥାପନା ଦକ୍ଷତା ପାଇଁ ତାଙ୍କୁ ୨୦୧୦ରେ ’ଆଧି ଆବାଦି ୱିମେନ୍ ଆଚିଭର୍ସ୍ ଆୱାର୍ଡ’, ୨୦୧୩ରେ ‘ମିଡିଆ ମହାରଥୀ’ ଏବଂ ଚଳିତବର୍ଷ ମାର୍ଚ୍ଚ ମାସରେ ‘ନାରୀ ଶକ୍ତି ସମ୍ମାନ’ ମିଳିଥିଲା ।

https://www.youtube.com/watch?v=f0xjGSn8hPc#action=share

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories