www.samajalive.in
Thursday, December 11, 2025
26.1 C
Bhubaneswar

ଶିମଳିପାଳ ସଂଲଗ୍ନ ଖାଦାନରେ ୧୪୪ଧାରା ଜାରି

ବଡ଼ସାହି : ବିଶ୍ୱଦରବାରରେ ଶିମିଳିପାଳ ଅଭୟାରଣ୍ୟ ନିଜର ସ୍ୱତନ୍ତ୍ରତା ବଜାୟ ରଖିଥିବା ବେଳେ ପଥର ମାଫିଆଙ୍କ ଦୌରାତ୍ମ ପାଇଁ ନିଜର ପୂର୍ବ ଗୌରଗାରିମାରେ କ୍ଷତି ପହଞ୍ଚିଥିଲା। ବନାଞ୍ଚଳ ସଙ୍କୁଚିତ ସାଙ୍ଗକୁ ବନ୍ୟଜନ୍ତୁ ଲୋପ ଚିନ୍ତାଜନକ ହୋଇପଡ଼ିଥିଲା। ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ଏକାଧିକ କ୍ରସର ସ୍ଥାପନା ପାଇଁ କୋର ଅଞ୍ଚଳରେ ଚୋରା ଖାଦାନରୁ ନିୟମିତ ପଥର ଉତ୍ତୋଳନ ଅଭୟାରଣ୍ୟ ପାଇଁ ବିପଦ ପହଞ୍ଚାଉଛି। ଏନେଇ ବାରିପଦା ଡିଏଫଓଙ୍କ ଅଭିଯୋଗ କ୍ରମେ ବାରିପଦା ସଦର ଉପଜିଲାପାଳ ବେଆଇନ ଖାଦାନରେ ୧୪୪ଧାରା ଜାରି କରିଛନ୍ତି। ଉକ୍ତ ଖାଦାନ ମଧ୍ୟରେ ବଡ଼ସାହି ତହସିଲର ଯଦୁନାଥପୁର ମୌଜାର ଖାତା ନଂ ୫୫୧ ଓ ୫୫୩ର ୧୦ଟି ପ୍ଲଟ ଥିବା ବେଳେ ଚନ୍ଦନଚତୁରୀ ମୌଜାର ଖାତା ନଂ ୩୭, ୩୮ ଓ ୪୦ର ୧୪ଟି ପ୍ଲଟ। ରାଜସ୍ୱ, ବନ ଓ ପୁଲିସ୍‍ ବିଭାଗର ମିଳିତ ଅନୁଧ୍ୟାନ ପରେ ନାଲି ପତାକା ଲଗାଯାଇ ୧୪୪ଧାରା ଜାରି କରାଯାଇଛି। ଯାହାକି ୨ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହିି ପଥର ଖାଦାନକୁ ରାଜସ୍ୱ ବିଭାଗ ନିଲାମ ଡାକିଆସୁଥିଲା ବେଳେ ପ୍ରଦୁଷଣ କଟକଣା ପରେ ଆଉ ନିଲାମ ହେଉନଥିଲେ ହେଁ ଚୋରାରେ ପଥର ଉତ୍ତୋଳନ ହେଉଥିଲା। ପ୍ରକାଶ ଥାଉ କି, ପଥର ଖାଦାନ ଥିବା ସମ୍ପୃକ୍ତ ଗ୍ରାମ ଗୁଡିକ ବ୍ଲାଷ୍ଟିଂ ଦ୍ୱାରା ପ୍ରଭାବିତ ହେଉଥିବା, ଖାଦାନ ମାନଙ୍କରୁ ଅପସାରଣ ହେଉଥିବା ପଥର ଖଣ୍ଡ ଦ୍ୱାରା ବନ୍ୟଜନ୍ତୁଙ୍କ ସହିତ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଏବଂ ସର୍ବପରି ପରିବେଶ ପ୍ରଦୁଷଣ ବୃଦ୍ଧି ପାଉଥିବାରୁ ୧୪୪ ଧାରା ଜାରି ପାଇଁ ନିଷ୍ପତ୍ତି ନିଆଯୋଇଛି। ଖାଦାନ ଅଞ୍ଚଳ ରାଜସ୍ୱ ବିଭାଗର ହୋଇଥିବା ବେଳେ ବନବିଭାଗର ଦାୟିତ୍ୱ ମଧ୍ୟ ରହିଆସୁଥିଲା। ଉଭୟଙ୍କ ରିପୋର୍ଟକୁ ଭିତ୍ତି କରି ଏପରି ଘୋଷଣା କରାଯାଇଛି। ପୂର୍ବରୁ ପରିବେଶବିତ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ବୁଦ୍ଧିଜୀବୀ ଅଭିଯୋଗ ଆଣିବା ପରେ ୨୦୧୬ ସେପ୍ଟେମ୍ବର ମାସରେ ମୟୂରଭଞ୍ଜ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବାରିପଦା ଡିଏଫଓ ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳ ଗସ୍ତ ପରେ ଏପରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଥମେ ନିଦେର୍ଶ ଦିଆଯାଇଥିଲା। ତା’ପର ଠାରୁ ପ୍ରଶାସନ ପ୍ରତିବର୍ଷ ବର୍ଷାଋତୁ ସମୟରେ ୧୪୪ଧାରା ଜାରି କରୁଥିଲେ ହେଁ ପରବର୍ତ୍ତୀ ସମୟରେ ପୁନଃମୂଷିକ ଭବଃ ଭଳି ସ୍ଥିତି ପହଞ୍ଚୁଛି। ପୂର୍ବରୁ ପ୍ରଶାସନ ଖାଦାନ ଗୁଡିକରେ ଗଚ୍ଚିତ ଥିବା ପଥର ସବୁକୁ ଜବତ କରି ପରବର୍ତ୍ତୀ ସମୟରେ ନିଲାମ କରିବା ନଜିର ଥିବା ବେଳେ ଚଳିତ ଥର ମଧ୍ୟ ସେପରି ହେବ ବୋଲି କୁହାଯାଉଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories