www.samajalive.in
Monday, December 8, 2025
20.1 C
Bhubaneswar

ଆପଣାନ୍ତୁ ଏହି ସହଜ ଉପାୟ, ମୁହଁର ସୌନ୍ଦର୍ଯ୍ୟ ହେବ ଦୁଇ ଗୁଣିତ

ମୁହଁର ସୁନ୍ଦରତା ପାଇଁ ଆମେ ବିଭିନ୍ନ କ୍ରିମର ବ୍ୟବହାର କରିଥାଉ। ବଜାରରୁ ଆଣୁଥିବା କ୍ରିମରେ ବହୁ କେମିକାଲ ମିଶିଥାଏ। ମାତ୍ର ଘରେ କିଛି ଦ୍ରବ୍ୟକୁ ବ୍ୟବହାର କରି ଆମେ ମୁହଁକୁ ସୁନ୍ଦର କରିବା ସହ ଦାଗକୁ ଦୂର କରି ଉଜ୍ଜଳ ମଧ୍ୟ କରିପାରିବା। ଜାଣନ୍ତୁ ସେହି ଘରୋଇ ଦ୍ରବ୍ୟ ବିଷୟରେ…………….
ଟମାଟୋ ଓ କ୍ଷୀର
ପ୍ରଥମେ ଟମାଟୋକୁ ପେଷି (ଗ୍ରାଇଣ୍ଡିଙ୍ଗ୍‍ )ଦିଅନ୍ତୁ। ଏହା ପରେ ଏହାକୁ ଏକ ସୂତା କପଡ଼ା ସାହାଯ୍ୟରେ ଛାଣିକି ଏକ ପାତ୍ରରେ ରଖନ୍ତୁ। ଏବେ ଯେତିକି ପରିମାଣରେ ଟମାଟୋରୁ ରସ ବାହାରିଛି ସେତିକି ପରିମାଣରେ ଏକ ପାତ୍ରରେ କଞ୍ଚା କ୍ଷୀର ନିଅନ୍ତୁ। ଏବେ ଆଉ ଏକ ପାତ୍ର ନେଇ ଟମାଟୋ ରସ ଓ କ୍ଷୀରକୁ ଭଲ ଭାବେ ଫେଣ୍ଟନ୍ତୁ। ଭଲ ଭାବେ ଫେଣ୍ଟି ଏହାକୁ ଏକ ମିଶ୍ରଣ ଭଳି ପ୍ରସ୍ତୁତ କରନ୍ତୁ। ରାତିରେ ଶୋଇବା ସମୟରେ ମୁହଁରେ ଲଗାନ୍ତୁ । ଲଗାଇବା ସମୟରେ ଭଲ ଭାବେ ମୁହଁରେ ଘଷନ୍ତୁ। ସକାଳେ ଉଠିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ଥରେ ପ୍ରସ୍ତୁତ କରି ଫ୍ରିଜରେ ରଖି ୭ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏହାକୁ ଲଗାଇଲେ ମୁହଁରେ ଥିବା ଦାଗ ମଧ୍ୟ ଦୂର ହୋଇଥାଏ। ନିୟମିତ ୧ମାସ ବ୍ୟବହାର କଲେ ଏହାର ଚତ୍ମକାରିତା ଅନୁଭବ କରିପାରିବେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories