www.samajalive.in
Monday, December 8, 2025
17.1 C
Bhubaneswar

ଜାମ୍ମୁ କାଶ୍ମୀରରେ ଉଡିବ ତ୍ରିରଙ୍ଗା

ଜାମ୍ମୁ: ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ପଞ୍ଚାୟତରେ ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ଲାଗି ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳ ସତ୍ୟପାଲ ମଲିକ ରାଜ୍ୟର ସମସ୍ତ ଉପାୟୁକ୍ତଙ୍କୁ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ପ୍ରତି ଜିଲ୍ଲାରେ ସ୍ୱାଧୀନତା ଦିବସ ଅବସରରେ କରାଯାଇଥିବା ସଂପୂର୍ଣ୍ଣ ପୋଷାକ ସହ ଅଭ୍ୟାସ ଏବଂ ସ୍ୱାଧୀନତା ଦିବସ ଯେପରି ରାଜ୍ୟବ୍ୟାପି ସୁରୁଖୁରୁରେ ପାଳନ କରାଯାଇପାରିବ ସେଥିଲାଗି ନିଆଯାଇଥିବା ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।

ରାଜଭବନରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟପାଳ ରାଜ୍ୟର ସୁରକ୍ଷା, ଆଇନ ଶୃଙ୍ଖଳା ଓ ମୌଳିକ ସେବା ଆଦି ସଂପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟପାଳଙ୍କ ପରାମର୍ଶଦାତା ମଣ୍ଡଳୀ କେ.ବିଜୟ କୁମାର, କେ.କେ. ଶର୍ମା, କେ ସ୍କନ୍ଦନ, ଫାରୁକ୍‍ ଖାନ୍‍ ଏବଂ ମୁଖ୍ୟ ଶାସନ ସଚିବ ବି.ଭି.ଆର୍‍. ସୁବ୍ରମଣ୍ୟମ୍‍ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏଥିରେ ରାଜ୍ୟରେ ଉପଲବ୍ଧ ଡାକ୍ତରୀ ସେବା ସୁନିଶ୍ଚିତ କରାଯିବା ସହ ବିନା କୌଣସି ବାଧାରେ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯିବା ସଂପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି। ୧୩ ହଜାର ୫୦୦ ରୋଗୀଙ୍କୁ ବିଭିନ୍ନ ଚିକିତ୍ସାଳୟର ବହିଃବିଭାଗରେ ଚିକିତ୍ସା କରାଯାଇଥିବା ବେଳେ ୧୪୦୦ ନୂନତ ରୋଗୀ ମଧ୍ୟ ଭର୍ତ୍ତି ହୋଇଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର ରୋହିତ କାନ୍‍ସଲ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିବାର ଖବର ହସ୍ତଗତ ହୋଇନାହିଁ। ସ୍ଥାନୀୟ ପ୍ରଶାସନଗୁଡ଼ିକ ପରିସ୍ଥିତି ଉପରେ ତୀକ୍ଷ୍‍ଣ ଦୃଷ୍ଟି ରଖିଛନ୍ତି ଏବଂ ଅନେକ ସ୍ଥାନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ କଟକଣା କୋହଳ କରାଯାଉଛି ବୋଲି କାନ୍‍ସଲ କହିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories