www.samajalive.in
Monday, December 8, 2025
27.1 C
Bhubaneswar

ବାୟୁ ପ୍ରଦୂଷଣ କାରଣରୁ ରାଜସ୍ଥାନରେ ମୃତ୍ୟୁସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ ମୃତ୍ୟୁବରଣ କରୁଥିବା ରାଜ୍ୟ ତାଲିକାରେ ତାଲିକାରେ ରାଜସ୍ଥାନ ସର୍ବାଗେ ରହିଛି। ଏକ ସ୍ବାସ୍ଥ୍ୟ ରିପୋର୍ଟ ଅନୁଯାୟୀ ୨୦୧୮ରେ ରାଜ୍ୟରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୧୧୨ଜଣରୁ ଅଧିକ ଲୋକଙ୍କର ବାୟୁ ପ୍ରଦୂଷଣରେ ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ସର୍ବାଧିକ ଓ ଉତ୍ତରପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି । ସେଠାରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୧୧୧ ଜଣ ବାୟୁ ପ୍ରଦୂଷଣ ଜନିତ ସଂକ୍ରମଣରେ ପ୍ରାଣ ହରାଇଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ, ଫୁସ୍‌ଫୁସ୍ ସମ୍ବନ୍ଧୀୟ (ସିଓପିଡି) ରୋଗରେ ରାଜସ୍ଥାନରେ ଅଧିକ ଲୋକଙ୍କ ପ୍ରାଣହାନି ଘଟୁଛି। ସେଠରେ ଏକ ଲକ୍ଷ ଜନସଂଖ୍ୟାରେ ୨୪ ଜଣ ଆଜମା ରୋଗରେ ପ୍ରାଣ ହରାଉଛନ୍ତି। ଦିଲ୍ଲୀର ଲଙ୍ଗ କେୟାର ଫାଉଣ୍ଡେସନ ପ୍ରତିଷ୍ଠାତା ଏବଂ ଟ୍ରଷ୍ଟି ପରିଚାଳକ ଅରବିନ୍ଦ କୁମାର କହିଛନ୍ତି ଯେ, ପ୍ରଦୂଷଣ ସ୍ତର ବର୍ତ୍ତମାନ ଏକ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିଛି। ବାୟୁ ପ୍ରଦୂଷଣ ହେଉଛି ଏକ ନୀରବ ହତ୍ୟାକରୀ (silent killer) ସହ ସମାନ। ପ୍ରତି ବର୍ଷ ୪ ଲକ୍ଷ ଲୋକଙ୍କର ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁ ହେଉଥିବା ଏବେ ଜାତୀୟ ସ୍ତରରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

- Advertisement -

ଅରବିନ୍ଦ କୁମାର ଏକ ସମାଚାର ସଂସ୍ଥାକୁ ସୂଚନା ଦେଇ କହିଛନ୍ତି ଯେ, ସର୍ଜରୀ ସମୟରେ ଅଧିକ ଲୋକଙ୍କ ଫୁସ୍‌ଫୁସ୍‌ରେ କଳା ଦାଗ ରହିଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଦିଲ୍ଲୀବାସୀଙ୍କ ଫୁସ୍‌ଫୁସ୍‌ ଆଉ ଗୋଲାପି ରଙ୍ଗ ହୋଇ ନାହିଁ। ଏମିତିକି ଶିଶୁଙ୍କ ଫୁସ୍‌ଫୁସ୍‌ରେ ମଧ୍ୟ କଳା ଦାଗ ଦେଖିବାକୁ ମଳୁଛି।

ସେ ଆହୁରି କହିଛନ୍ତି ଯେ, ପ୍ରଦୂଷଣ କାରଣରୁ ଦେଶର କୌଣସି ବ୍ୟକ୍ତି ବର୍ତ୍ତମାନ ଧୂମପାନରୁ ବଞ୍ଚିତ ନାହିଁ। ଶିଶୁ ମଧ୍ୟ ସେତିକି ଧୂଆଁରେ ପ୍ରଶ୍ବାସ ନେଉଛନ୍ତି, ଯାହା ଦିନକୁ ୧୦ଟି ସିଗାରେଟ୍ ଟାଣିବା ସହ ସମାନ। ବାୟୁ ପ୍ରଦୂଷଣ ବର୍ତ୍ତମାନ ଏଭଳି ସ୍ତରରେ ପହଞ୍ଚିଛି ଯେ ଧୂମପାନ ନକରି ମଧ୍ୟ ୫୦ ପ୍ରତିଶତ ରୋଗୀ ଫୁସ୍‌ଫୁସ୍‌ ଜନିତ ରୋଗ​‌ର ଶିକାର ହେଉଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories