www.samajalive.in
Monday, December 8, 2025
20.1 C
Bhubaneswar

ସାମ୍ନାକୁ ଆସିଲା ‘କୁଲୀ ନମ୍ବର ୧’ର ପ୍ରଥମ ଝଲକ୍‍

ମୁମ୍ବଇ : ବରୁଣ ଧାୱନ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କୁଲୀ ନମ୍ବର ୧’ର ପ୍ରଥମ ଟିଜର ପୋଷ୍ଟର ରବିବାର ରିଲିଜ୍‍ ହୋଇଛି। ଏହା ଏକ ମୋଶନ୍‍ ପୋଷ୍ଟର। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ନିଜର ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏହା ସହ ସେ ଲେଖିଛନ୍ତି, ମୁଖ୍ୟ ପୋଷ୍ଟର ସୋମବାର ରିଲିଜ୍‍ କରାଯିବ ଏବଂ ଚଳଚ୍ଚିତ୍ର ଆସନ୍ତା ବର୍ଷ ମେ’ ୧ ତାରିଖରେ ମୁକ୍ତିଲାଭ କରିବ।
ମୋଶନ ପୋଷ୍ଟର ଉପରେ ଏକ ପ୍ରଶ୍ନ ଲେଖା ହୋଇଛି- ଅନୁମାନ କରନ୍ତୁ କିଏ ଆସୁଛି? ଏହାସହିତ କୁଲୀ ବେଶରେ ଏକ ଯୁବକକୁ ଦେଖିବାକୁ ମିଳିଛି, ଯିଏ ବହୁତ ସାରା ସୁଟ୍‌କେସ୍ ଧରିଛି। ଜିନିଷପତ୍ରରେ ମୁହଁ ଲୁଚି ଯାଇଥିଲେ ମଧ୍ୟ ଅନୁମାନ କରାଯାଉଛି ଏହି ଯୁବକ ଜଣକ ଚଳଚ୍ଚିତ୍ରର ନାୟକ ବରୁଣ ଧାୱନ। ସୂଚନାଯୋଗ୍ୟ, ଏହା ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘କୁଲୀ ନମ୍ବର ୧’ର ରିମେକ୍‍।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories