www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରାବଣରେ ମେହେନ୍ଦୀ ଲଗାଇବାର ବୈଜ୍ଞାନିକ ଓ ଧାର୍ମିକ ମହତ୍ତ୍ୱ

ଶ୍ରାବଣ ମାସକୁ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରକୃତିର ମାସ ବୋଲି କୁହାଯାଏ। ଶାସ୍ତ୍ରରେ ମହିଳାମାନେ ମଧ୍ୟ ପ୍ରକୃତିର ଏକ ରୂପ ବୋଲି ବର୍ଣ୍ଣନା କରାଯାଇଛି। ଏହି ମାସରେ ବର୍ଷାର ବୁନ୍ଦାର ବୃକ୍ଷଲତା ଓ ସମଗ୍ର ପରିବେଶ ଶସ୍ୟଶ୍ୟାମଳା ହୋଇଯାଏ। ପ୍ରକୃତିର ସୁନ୍ଦରତା ସହ ଜଡ଼ିତ ହେବା ପାଇଁ ମହିଳାମାନେ ହାତରେ ମେହେନ୍ଦୀ ଲଗାଇଥାଆନ୍ତି। ଭାରତବର୍ଷରେ ମେହେନ୍ଦୀ ଲଗାଇବାର ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସୁଛି। କନ୍ୟା ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସଭିଁଙ୍କୁ ମେହେନ୍ଦୀ ଲଗାଇବା ଖୁବ ପସନ୍ଦ। ସ୍ୱତନ୍ତ୍ର ପୂଜାପୂର୍ବରେ ଏହାକୁ ପୂଜାର ଏକ ପ୍ରକାର ସାମଗ୍ରୀ ଭାବେ ବ୍ୟବହାର କରି ଲଗାଇଥାଆନ୍ତି। ଧାର୍ମିକ ମହତ୍ତ୍ୱ ସହ ମେହେନ୍ଦୀ ଲଗାଇବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି….
ମେହେନ୍ଦୀ ଲଗାଇବାର ବୈଜ୍ଞାନିକ କାରଣ –
ଶ୍ରାବଣ ମାସକୁ ବର୍ଷାର ମାସ ବୋଲି କୁହାଯାଏ। ଏହି ମାସରେ ସାଧାରଣତଃ ବିଭିନ୍ନ ପ୍ରକାରର ରୋଗ ହେବାର ଅଧିକ ସମ୍ଭାବନା ଥାଏ। ଏହାସହ ସବୁଜ ରଙ୍ଗ ବିଭିନ୍ନ ରୋଗକୁ ଶରୀର ଠାରୁ ଦୂରେଇ ରଖିବା ପାଇଁ ବେଶ ସହାୟକ ହୋଇଥାଏ। ତେଣୁ ଏହି ଦିନରେ ମେହେନ୍ଦୀ ଲଗାଇବା ଲାଭଦାୟକ।
ମେହେନ୍ଦୀର ବାସ୍ନା ଓ ଥଣ୍ଡାପଣ ମାନସିକ ଉତ୍ତେଜନାକୁ କମ କରିଥାଏ।
ଶରୀରର ଉଷ୍ଣତାକୁ କମ କରିଥାଏ।
ଏହା ଶରୀରକୁ ଶୀତଳତା ପ୍ରଦାନ କରିବା ସହ ଚିନ୍ତା, ମୁଣ୍ଡବ୍ୟଥା, ଆଦିକୁ ଦୂର କରିଥାଏ।
ତ୍ୱଚା ଜନିତ ବହୁ ରୋଗ ମଧ୍ୟ ଦୂର ହୋଇଥାଏ। ଏହାସହ ମେହେନ୍ଦୀର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି।
ମେହେନ୍ଦୀ ଲଗାଇବାର ଧାର୍ମିକ କାରଣ –
ଶ୍ରାବଣ ମାସରେ ମହିଳାମାନେ ବିଭିନ୍ନ ପ୍ରକାରର ବ୍ରତ କରିଥାଆନ୍ତି। ସେହି ସମସ୍ତ ବ୍ରତ କରିବା ଦ୍ୱାରା ମହିଳାମାନେ ସୌଭାଗ୍ୟବତୀ ହେବା ସହ ଗୃହରେ ସୁଖସମୃଦ୍ଧି ଆସିଥାଏ। ଧର୍ମଗ୍ରନ୍ଥ ଅନୁଯାୟୀ ମହିଳାମାନଙ୍କୁ ବ୍ରତ କରିବା ସମୟରେ ସୌଭାଗ୍ୟ ପ୍ରାପ୍ତି ପାଇଁ ଷୋହଳ ଶୃଙ୍ଗାର କରିବା ଆବଶ୍ୟକ। ମେହେନ୍ଦୀ ମଧ୍ୟ ଶୃଙ୍ଗାର ଦ୍ରବ୍ୟ ମଧ୍ୟରୁ ମୁଖ୍ୟ। ଏହି କାରଣରୁ ଶ୍ରାବଣରେ ମେହେନ୍ଦୀ ଲଗାଇବାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories