www.samajalive.in
Sunday, December 7, 2025
15.1 C
Bhubaneswar

ଜାଣନ୍ତୁ କେଉଁ କାର୍ଯ୍ୟ କଲେ କ୍ରୋଧ କରନ୍ତି ମା’ଲକ୍ଷ୍ମୀ 

ପ୍ରତିଦିନ ଗୃହରେ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।  ଧନର ବୃଦ୍ଧି ହୋଇଥାଏ। ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ। ଏଥିରେ ଆମେ ବ୍ୟତିବ୍ୟସ୍ତ ହେଉ ଏବଂ ଭଗବାନଙ୍କୁ ଦୋଷ ଦେଇଥାଉ। ପ୍ରକୃତରେ ଏହା ପଛର କାରଣ ହେଉଛି ଆମେ ଅଜଣାତରେ ଏପରି କିଛି କାର୍ଯ୍ୟ କରୁ ଯାହା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ସମ୍ବନ୍ଧରେ…..

ସର୍ବଦା ଗୃହରେ ବିନା କାରଣରେ କ୍ରୋଧ କଲେ, ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି ଓ ସେହି ଗୃହରେ ଅଶାନ୍ତି ଲାଗି ରହେ।

- Advertisement -

ଘରକୁ ଯଦି କୌଣସି ସାଧୁ ଖାଦ୍ୟ ଖାଇବା ସମୟରେ ଆସନ୍ତି, ତାଙ୍କ ଉପରେ ବିରକ୍ତ ହେବା ଉଚିତ ନୁହେଁ।

ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଦୀପ ଜଳାଇବା ଉଚିତ। ଏହା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ସେହି ଗୃହରେ ଧନର ଅଭାବ ରହେ ନାହିଁ।

କୌଣସି ଶାସ୍ତ୍ରର ଅନାଦାର କରିବା ମଧ୍ୟ ଉଚିତ ନୁହେଁ, ଏହା ଦ୍ୱାରା ନିଜର ମାନସମ୍ମାନ ହାନି ହୋଇଥାଏ।

ସକାଳେ ଅଧିକ ସମୟ ଓ ସୂର୍ଯ୍ୟ ଅସ୍ତ ସମୟରେ ଶୋଇବା ଦ୍ୱାରା ଗୃହରେ ଧନହାନୀ ହେବା ସହ ରୋଗଗ୍ରସ୍ତ ହୋଇଥାଆନ୍ତି।

ସର୍ବଦା ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଆବଶ୍ୟକ। ଏହା ଦ୍ୱାରା ମା’ଙ୍କ କୃପା ରହିଥାଏ।

ଗୃହକୁ ମଧ୍ୟ ସର୍ବଦା ପରିଷ୍କାର ପରିଚ୍ଛନ ରଖିବା ଉଚିତ। ଏପରି ଘରେ ଲକ୍ଷ୍ମୀଙ୍କ ବାସ ରହିଥାଏ।

ଯେଉଁ ପାଉଞ୍ଜି ପିନ୍ଧୁଛନ୍ତି ସେଥିରେ ଘୁଙ୍ଗୁର ରହିବା ଆବଶ୍ୟକ। ଏହା ଦ୍ୱାରା ମା’ଳକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ବୃଦ୍ଧି ହୋଇଥାଏ।

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories