www.samajalive.in
Monday, December 8, 2025
17.1 C
Bhubaneswar

ଚଣା ପନୀର

ଆବଶ୍ୟକ ସାମଗ୍ରୀ
ପନୀର – ୫୦୦ ଗ୍ରାମ
ବଡ଼ ଚଣା – ଅଧ କପ ( ୪ ରୁ ୫ ଘଣ୍ଟା ବତୁରା ଯାଇଥିବା )
କଟା ପିଆଜ – ୧ଟି
ପିଆଜ ବଟା – ୨ଚାମଚ
ଅଦାରସୁଣ ବଟା – ୩ ଚାମଚ
ଦହି – ୫୦ ଗ୍ରାମ
ଲବଙ୍ଗ – ୪ଟି
ଗୁଜୁରାତି – ୩ଟି
ଗୋଲମରିଚ – ୪ ରୁ ୫ଟି
ଗୋଟା ଜିରା – ଅଳ୍ପ
ଗରମ ମସଲା – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଘିଅ – ୪ ଚାମଚ
ତେଲ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନୀରକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଗ୍ୟାସରେ କୁକର ବସାଇ ବତୁରାଇଥିବା ଚଣାକୁ ୨ଟି ସିଟି ଦେଇ ସିଜାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଲବଙ୍ଗ, ଗୁଜୁରାତି, ଗୋଲମରିଚ ଭାଜନ୍ତୁ। କିଛି ସମୟରେ ଏଥିରେ କଟା ପିଆଜ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ପିଆଜ ଭାଜି ହୋଇଗଲେ ଅଦାରସୁଣ , ପିଆଜ ବଟା ପକାଇ ଭଲ ଭାବେ କଷି ଦିଅନ୍ତୁ। ମସଲା କଷିବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା ସାମାନ୍ୟ ପାଣି ଦେଇ ପୁଣି ଭଲ ଭାବେ କଷନ୍ତୁ। କଷି ହୋଇଗଲେ ଏଥିରେ ଅଳ୍ପ ଦହି ପକାଇ ଗୋଳାଇ ଦିଅନ୍ତୁ। ଏବେ ଦହି, ଗୁଜୁରାତି, ଜିରାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ପେଷ୍ଟକୁ ପ୍ରସ୍ତୁତ ହେଉଥିବା କଡ଼େଇ ମସଲାରେ ପକାଇ ଗୋଳାଇ ଦିଅନ୍ତୁ। ଏବେ ସିଝାଇଥିବା ଚଣା, କଟା ପନୀରକୁ କଡ଼େଇରେ ପକାଇ ଗୋଳାଇ ଦିଅନ୍ତୁ ଓ ଏହାଉପରେ ୩ ଚାମଚ ଘିଅ ପକାଇ ଗ୍ୟାସରେ ୫ ମିନିଟ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ଚଣା ପନୀର। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories