ନୂଆଦିଲ୍ଳୀ : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଆସନ୍ତା ୧୧ ତାରିଖରୁ ତିନି ଦିନ ପାଇଁ ଚୀନ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ଚୀନ ଗସ୍ତ । ଏହି ଗସ୍ତକାଳରେ ଶ୍ରୀ ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସହ ବେଜିଂଠାରେ ୧୨ ତାରିଖ ଦିନ ସାଂସ୍କୃତିକ ଓ ଜନ ସହଯୋଗ ସମ୍ପର୍କିତ ଭାବ ବିନିମୟ ବ୍ୟବସ୍ଥା ସଂକ୍ରାନ୍ତ ଦ୍ୱିତୀୟ ଭାରତ ଓ ଚୀନ ଉଚ୍ଚସ୍ତରୀୟ ବୈଠକରେ ସହଅଧ୍ୟକ୍ଷତା କରିବେ। ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଚଳିତ ବର୍ଷ ଶେଷ ଆଡ଼କୁ ଆଗାମୀ ଉଚ୍ଚସ୍ତରୀୟ ଗସ୍ତ ଓ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଆଲୋଚନା କରିବେ।
Popular Categories



