www.samajalive.in
Wednesday, December 10, 2025
18.1 C
Bhubaneswar

ଶ୍ରାବଣମାସର ୩ୟ ସୋମବାର : ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୩୦ହଜାର କାଉଡିଆ

ଆରଡି : ପବିତ୍ର ଶ୍ରାବଣମାସର ୩ୟ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୩୦ହଜାର କାଉଡିଆଭକ୍ତଙ୍କ ସମାଗମ ହୋଇଥିଲା । ଅଗଣିତ କାଉଡିଆମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଯେପରି କାଉଡିଆମାନେ ଶାନ୍ତିଶୃଙ୍ଖଳାର ସହ ମଣିବାବାଙ୍କ ନିକଟରେ ଜଳଲାଗି କରିବେ ସେଥିପାଇଁ ମନ୍ଦିର ଭିତରେ ଓ ବାହାରେ ୩ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।  ରବିବାର ସକାଳ ଠାରୁ ସୋମବାର ସଂଧ୍ୟା ପ୍ରର୍ଯ୍ୟନ୍ତ ପୁଲିସ ପକ୍ଷରୁ କଡା ପହରା ଦିଆଯିବା ସହିତ ସ୍ୱତନ୍ତ୍ର ବ୍ୟାରିକେଡ ଦ୍ୱାରା ମନ୍ଦିର ମଧ୍ୟକୁ ଆସୁଥିବା କାଉଡିଆମାନେ ଯେପରି କୈାଣସି ଅସୁବିଧାର ସମୁଖିନ୍ନ ନହେବେ ସେଥିପାଇଁ ଅଧିକ ପୁଲିସ ମୁତୟନ କରାଯାଇଥିଲା। ଅନ୍ୟପଟେ ରବିବାର ସଂଧ୍ୟାରୁ ମଣିବାବାଙ୍କ ନିକଟରେ ଜଳଲାଗି ହଜାର-ହଜାର କାଉଡିଆ ବୋଲବମ୍‍ ,ହରହର ବୋମ , ମଣିବାବା ପାରକରେଗା ଆଦି ଧ୍ୱନିରେ ପ୍ରକମ୍ପତ ହୋଇଉଠିଥିଲା ସମଗ୍ର ଆରଡିପୀଠ।

ହଜାର-ହଜାର କାଉଡିଆମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ସୋମବାର ରାତ୍ର ସାଢେ ୩ଟାରେ ମନ୍ଦିର ଦ୍ୱାର ଫିଟା ଯାଇଥିବା ବେଳେ ୪ଟାରେ ମଙ୍ଗଳ ଆଳତୀ, ୫ଟାରେ ବାଲ୍ୟଧୂପ ନୀତି, ୯ଟାରେ ପଅଡଖିଆ ଅନ୍ନନୀତି ଲାଗି କରାଯାଇଥିଲା। ପରେ ଦିବା ୧ଟାରେ ମନ୍ଦିର ମାର୍ଜନା କରାଯାଇ ମଣିବାବାଙ୍କୁ ଯୋଗୀ ବେଶରେ ସଜ୍ଜିତ କରାଯିବା ସହିତ ବଡଅନ୍ନ ନୀତିଭୋଗ ଲାଗି କରାଯାଇ ୧ଘଣ୍ଟା ଅବକାଶ(ଶୟନ) ନୀତି କରାଯାଇଥିଲା। ଅପରାହ୍ଣରେ ସୁବାଷିତ ଫୁଲ, ଚନ୍ଦନ ଓ ବିଭିନ୍ନ ଅଳଙ୍କାରରେ ଆଭୁଷଣ କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା ମଣିବାବାଙ୍କୁ। ହଜାର-ହଜାର ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପ-ଜିଲାପାଳ ପିତାମ୍ବର ସାମଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସଙ୍କ ସହ ବହୁ ଅଧିକାରୀ ରିବିବାର ଠାରୁ ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ମନ୍ଦିର ବେଢା ଭିତର ଯେପରି ପରିସ୍କାର ପରିଛନ୍ନ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ଦିର ପରିଚାଳନା କମିଟକୁ ପରାମର୍ଶ ଦେଇଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories