www.samajalive.in
Monday, December 8, 2025
17.1 C
Bhubaneswar

ଏହିଦିନ ମାନଙ୍କରେ ତୋଳନ୍ତୁ ନାହିଁ ବେଲପତ୍ର : ହୋଇଥାଏ ଅଶୁଭ

ଏବେ ଚାଲିଛି ଶ୍ରାବଣ ମାସ। ଏହି ମାସରେ ପ୍ରଭୁ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଭଗବାନ ଶିବଙ୍କର ଅତିପ୍ରିୟ ହେଉଛି ବେଲପତ୍ର। ବେଲପତ୍ର ଅର୍ପଣ କରିବା ଦ୍ବାରା ପ୍ରଭୁ ପ୍ରସନ୍ନ ହୋଇଥାଆନ୍ତି ଏବଂ ଭକ୍ତଙ୍କ ଇଚ୍ଛା ପୂରଣ କରିଥାଆନ୍ତି। ତେବେ ପବିତ୍ର ବେଲପତ୍ରକୁ ଗଛରୁ ଛିଡ଼ାଇ ପାଇଁ ଶାସ୍ତ୍ର ଅନୁସାରେ କିଛି ନିୟମ ରହିଛି। ଏପରି କିଛି ବିଶେଷ ଦିନ ଅଛି ଯେଉଁଦିନ ବେଲପତ୍ର ଛିଡ଼ାଇବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ଆସନ୍ତୁ ଜାଣିବା କେଉଁ ଦିନ ବେଲପତ୍ର ଛିଡ଼ାଇବା ଅନୁଚିତ୍ –

ଶାସ୍ତ୍ର ଅନୁସାରେ, ଚତୁର୍ଥୀ, ଅଷ୍ଟମୀ, ନବମୀ, ଚତୁର୍ଦଶୀ, ଅମାବାସ୍ୟା ଓ ସଂକ୍ରାନ୍ତିରେ ଗଛରୁ ବେଲପତ୍ର ତୋଳିବା ଉଚିତ ନୁହେଁ। ଏହି ଦିନଗୁଡିକରେ ଯଦି ସୋମବାର ପଡୁଥାଏ ତେବେ ପୂର୍ବଦିନ ଗଛରୁ ପତ୍ର ତୋଳି ରଖିପାରିବେ।

- Advertisement -

ଶିବଙ୍କ ଉପରେ ଲାଗିଥିବା ବେଲପତ୍ରକୁ ସ୍ବଚ୍ଛପାଣିରେ ଧୋଇ ଶିବଙ୍କ ପୂଜାରେ ପୂନର୍ବାର ଲାଗାଇପାରିବେ। ବେଲପତ୍ର ତୋଳିବା ପୂର୍ବରୁ ଓ ପରେ ମନ ଭିତରେ ବେଲଗଛକୁ ନମସ୍କାର କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories