ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନେରେ ଅନୁଷ୍ଠିତ ଏହି ସୁରକ୍ଷା ସଂକ୍ରାନ୍ତ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ, ବୈଦେଶିକ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ବୈଠକରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। ତେଣୁ ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂସଦରେ ବିବୃତି ରଖି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ। ପ୍ରଥମେ ରାଜ୍ୟସଭା ଏବଂ ପରେ ଲୋକସଭାରେ ଶାହ ବିବୃତି ଦେବେ। ସୋମବାର ମଧ୍ୟାହ୍ନନ ୧୨ଟାରେ ଶାହ ବିବୃତି ରଖିବେ।
ସେପଟେ ସରକାରଙ୍କ ଏପରି ଆଭିମୁଖ୍ୟକୁ ଦେଖି ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ଜରୁରୀ ବୈଠକ ଡକାଇଛନ୍ତି। ସଂସଦ ଭବନରେ ଥିବା ତାଙ୍କ ଚାମ୍ବରରେ ବୈଠକରେ ଯୋଗଦେବା ଲାଗି ସେ ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ଆହ୍ବାନ ଜଣାଇଛନ୍ତି।



