www.samajalive.in
Monday, December 8, 2025
20.1 C
Bhubaneswar

ବିବାହ ପାଇଁ ବାଧ୍ୟ କରୁଥିଲେ: ପରିବାରର ୫ ଜଣଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ଯୁବକ

ମୋଗା : ପଞ୍ଜାବର ମୋଗା ଜିଲାରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ପରିବାରର ୫ ଜଣଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛି। ଯୁବକକୁ ମିଶାଇ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ପରିବାର ଜଣେ ବୟୋଜ୍ୟଷ୍ଠ ବ୍ୟକ୍ତି ଗୁରୁତର ଅଛନ୍ତି। ବିବାହ ପାଇଁ ଚାପ ସୃଷ୍ଟି କରାଯାଉଥିବାରୁ ଯୁବକ ଏପରି କରିଥିବା ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଚଠିରେ ଉଲ୍ଲେଖ କରିଛି। ଏହି ଘଟଣା ମୋଗୋ ଜିଲା ନତ୍ଥୁୱାଲା ଗରବି ଗାର୍ବି ଗ୍ରାମରେ ଘଟିଛି।

ପୁଲିସ ସୂଚନା ଅନୁସାରେ ଶୁକ୍ରବାର ରାତିରେ ସନ୍ଦୀପ ସିଂହ ଓରଫ ସନ୍ନି ନିଜ ମା’, ବାପା, ଭଉଣୀ, ଭାଣିଜୀ, କକା ଏବଂ ଖୁଡୀଙ୍କୁ ଗୁଳି ମାରି ହତ୍ୟା କରିବା ପରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛି। ଯୁବକର ଜଣେ କକାଙ୍କୁ ଗୁରୁତର ଅବସ୍ଥାରେ ଫରିଦାବାଦ ମେଡିକାଲ ୟୁନଭର୍ସିଟିରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଏକ ୧୯ ପୃଷ୍ଠାର ସୁଇସାଇଡ ନୋଟ ମିଳିଛି। ସୁଇସାଇଡ ନୋଟ ଅନୁସାରେ ଯୁବକ ଜଣଙ୍କ ବିବାହ କରିବାକୁ ଚାହୁଁନଥିଲେ। କିନ୍ତୁ ପରିବାରଲୋକେ ଜବରଦସ୍ତ ବିବାହ ଠିକ କରିଦେଇଥିଲେ। ବିବାହ ପାଇଁ ଆଉ ଦେଢ ମାସ ସମୟ ଥିଲା। ହେଲେ ଯୁବକ ନିଜକୁ ବିବାହ ଯୋଗ୍ୟ ବୋଲି ଭାବୁନଥିଲା। ଘର ଲୋକେ ତାକୁ ବିବାହ ପାଇଁ ବାଧ୍ୟ କରୁଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ଯୁବକ ନିଜ ପରିବାରର ଲୋକଙ୍କୁ ଗୁଳି ମାରି ଆତ୍ମହତ୍ୟା କରିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories