www.samajalive.in
Monday, December 8, 2025
20.1 C
Bhubaneswar

୭ବର୍ଷ ବାଳକ ପାଟିରୁ ବାହାରିଲା ୫୨୬ଟି ଦାନ୍ତ

ଚେନ୍ନଇ: ଜଣେ ୭ବର୍ଷର ବାଳକର ପାଟିରୁ ଡାକ୍ତରମାନେ ଅପରେଶନ କରି ୫୨୬ଟି ଦାନ୍ତ ବାହାର କରିଛନ୍ତି। ବାଳକ ରବୀନ୍ଦ୍ରନାଥର ଡାହାଣପଟ ଗାଲ ଫୁଲିବା ଦେଖି ପିତାମାତା ଡାକ୍ତରଙ୍କ ପରାମର୍ଶ କରିଥିଲେ। ସିଟିସ୍କାନ ଓ ଏକ୍ପ-ରେ ପରେ ରବୀନ୍ଦ୍ରର ପାଟିର ମାଢି ଭିତରେ କିଛି ଅନାବଶ୍ୟକ ଦାନ୍ତ ରହିଥିବା ଜାଣିବାକୁ ପାଇଥିଲେ। ଦାନ୍ତଗୁଡିକ ମାଢି ଭିତରେ ରହିଥିବାବେଳେ ଏହା ବାହାରକୁ ଦେଖାଯାଉ ନଥିଲା। ସବିତା ଡେଣ୍ଟାଲ କଲେଜର ଡାକ୍ତରମାନେ ୫ଘଣ୍ଟାର ଅ​‌େ​‌ସ୍ତ୍ରାପଚାର କରି ରବୀନ୍ଦ୍ରର ମାଢି ଭିତରୁ ଅନାବଶ୍ୟକ ଦାନ୍ତଗୁଡିକ ବାହାର କରିଥିଲେ। ବାଳକଟିର ପାଟି ଭିତରେ ଏହି ଦାନ୍ତଗୁଡିକ କିପରି ସୃଷ୍ଟି ହେଲା ତାର କାରଣ ଡାକ୍ତରମାନେ ଜାଣିପାରି ନାହାନ୍ତି। ତେବେ ମୋବାଇଲ ଟାୱାରର ବିକିରଣ ପ୍ରଭାବ କିମ୍ବା ବଂଶଗତ କାରଣରୁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି। ତିନିବର୍ଷ ବୟସରୁ ରବୀନ୍ଦ୍ରଙ୍କ ଡାହାଣପଟ ଗାଲ ଫୁଲିବା ପିତାମାତା ଲକ୍ଷ୍ୟ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories