www.samajalive.in
Monday, December 8, 2025
27.1 C
Bhubaneswar

ଆଫଗାନିସ୍ତାରେ ବିସ୍ଫୋରଣ; ୩୪ ମୃତ

କାବୁଲ : ଆଫଗାନିସ୍ତାର ହେରାତ-କାନ୍ଦାହାର ରାଜମାର୍ଗରେ ଶାୱିଜ ନିକଟରେ ବୁଧବାର ସକାଳେ ଏକ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଅନ୍ୟୁନ ୩୪ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ଥିବା ଜାଣିବାକୁ ମିଳିଛି। ଆଫଗାନିସ୍ତାନର ସରକାରୀ ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।
ଟୋଲୋ ନ୍ୟୁଜ ଅନୁସାରେ ହେରାତ କାନ୍ଦାହାର ରାଜମାର୍ଗରେ ଏକ ଯାତ୍ରୀବାହୀ ବସ ହେରାତର ପଶ୍ଚିମ ପଟରେ ଥିବା ଫାରାହ ପ୍ରାନ୍ତ ଅଭିମୁଖେ ଯାଉଥିଲା। ବୁଧବାର ସକାଳ ପ୍ରାୟ ୭ଟା ବେଳେ ରାଜମାର୍ଗର ଶାୱିଜ ଅଞ୍ଚଳ ନିକଟରେ ଏକ ଲ୍ୟାଣ୍ଡ ମାଇନ ବସ୍ଫୋରଣରେ ବସଟି ଉଡ଼ିଯାଇଥିଲା। ବସରେ ଥିବା ଶିଶୁ ଓ ମହିଳା ଯାତ୍ରୀଙ୍କ ସମେତ ୩୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହେରାତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ ସୋମବାର କାନ୍ଦହାରର ଏକ ବଜାରରେ ଏକଆତ୍ମଘାତୀ ବିସ୍ଫୋରଣରେ ୩ ଶିଶୁଙ୍କ ମୃତ୍ୟୁ ଘଟିଥିଲା ଓ ୨୩ ଜଣ ଆହତ ହୋଇଥିଲେ। ଏହା ପୂର୍ବରୁ ରବିବାର କାବୁଲଠାରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଅମରୁଲ୍ଲା ସାଲେହଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୫୦ ଜଣ ଆହତ ହୋଇଥିଲେ। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ପୂର୍ବରୁ ଏହି ଆକ୍ରମଣ ହୋଇଥିଲା। ସପ୍ତାହକ ମଧ୍ୟରେ ଆଫଗାନିସ୍ତାନରେ ୩ଟି ବଡ଼ ଆକ୍ରମଣ ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories