www.samajalive.in
Monday, December 8, 2025
27.1 C
Bhubaneswar

ତିନି ତଲାକ ବିଲକୁ ବିଜେଡିର ସମର୍ଥନ

ଭୁବନେଶ୍ୱର : ଲୋକସଭାରେ ତିନି ତଲାକ ବିଲ ପାରିତ ହୋଇଛି। ମଙ୍ଗଳବାର ଏହା ରାଜ୍ୟ ସଭାରେ ଆଗତ ହେବ। ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଏହି ବିଲକୁ ବିଜେଡି ସମର୍ଥନ ପ୍ରଦାନ କରିବ ବୋଲି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି।

ଏହାକୁ ନେଇ ବିଜେପି ନିଜର ସାଂସଦମାନଙ୍କ ଲାଗି ହ୍ବିପ୍‌ ଜାରି କରିଛି। ରାଜ୍ୟସଭାରେ ତିନି ତଲାକ ବିଲ୍‌କୁ ପାରିତ କରିବା ଲାଗି ନରେନ୍ଦ୍ର ମୋଦୀ ସରକାର ଅଣ ଏନଡିଏ, ଅଣ ୟୁପିଏ ଦଳଗୁଡ଼ିକର ସାଂସଦମାନଙ୍କ ଉପରେ ନିର୍ଭର କରିବ। ବର୍ତ୍ତମାନ ବିଜେପି ପାଖରେ ରାଜ୍ୟସଭାରେ ବହୁମତ ନାହିଁ। କିନ୍ତୁ ଏହି ଦଳ ବିଜେଡି, ତେଲେଙ୍ଗାନା ରାଷ୍ଟ୍ର ସମିତି ଏବଂ ୱାଇଏସଆର କଂଗ୍ରେସ ସମର୍ଥନରେ ଗତ ସପ୍ତାହରେ ସୂଚନା ଅଧିକାର ବିଧେୟକ ରାଜ୍ୟସଭାରେ ପାରିତ କରିଥିଲା। ତିନି ତଲାକ ବିଲ୍‌କୁ ରାଜ୍ୟସଭାରେ ପାରିତ କରିବା ଲାଗି ମଧ୍ୟ ବିଜେପି ଏହି ଦଳଗୁଡ଼ିକର ସମର୍ଥନ ଆଶା ରଖିଛି। ତେବେ ଜେଡିୟୁ ଏବଂ ୱାଇଏସଆର କଂଗ୍ରେସ ତିନି ତଲାକ ବିଲ୍‌ ଉପରେ ହେବାକୁ ଥିବା ଭୋଟିଂ ପ୍ରକ୍ରିୟାରେ ଦୂରେଇ ରହିବେ ବୋଲି କୁହାଯାଉଛି।

- Advertisement -

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ତିନି ତଲାକକୁ ଅପରାଧ ଭାବେ ବିବେଚନା କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି ବିଲ୍‌ ଲୋକସଭାରେ ପାରିତ ହୋଇଥିଲା। ଏହି ବିଲ୍‌ରେ ତିନି ତଲାକକୁ ବେଆଇନ ଦର୍ଶାଯିବା ସହିତ ୩ ବର୍ଷ ଜେଲଦଣ୍ଡ ଏବଂ ଜୋରିମାନାର ପ୍ରାବଧାନ ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories