www.samajalive.in
Tuesday, December 9, 2025
17.1 C
Bhubaneswar

ସଞ୍ଜୟଙ୍କ ଜନ୍ମଦିନ ଅବସରରେ ସାମ୍ନାକୁ ଆସିଲା ‘କେଜିଏଫ୍‍-୨’ର ପ୍ରଥମ ପୋଷ୍ଟର

ମୁମ୍ବଇ : ସଞ୍ଜୟ ଦତ୍ତ ସୋମବାର ନିଜର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ଅଭିନୀତ ଆଗାମୀ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ୍‍-୨’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି। ନିଜେ ସଞ୍ଜୟ ଇନ୍‍ଷ୍ଟାଗ୍ରାମ୍‍ ଜରିଆରେ ଏହି ପୋଷ୍ଟର ରିଲିଜ୍‍ କରିଛନ୍ତି। ଏଥିରେ ସେ ଅଧୀରା ଭୂମିକାରେ ନଜର ଆସିଛନ୍ତି। ‘କେଜିଏଫ୍‍-୨’ରେ ମଧ୍ୟ ୟଶଙ୍କ ନାୟକ ଭାବେ ଦେଖିବାକୁ ମିଳିବ। ଏହି ପୋଷ୍ଟର ସହିତ ୟଶ ସଞ୍ଜୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଞ୍ଜୟଙ୍କ ଅଧୀରା ଲୁକ୍‍ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ୍‍ ହେବାରେ ଲାଗିଛି। ଏହି ପିରିୟଡ଼-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ପ୍ରଶାନ୍ତ ନୀଲ୍‍ ବହନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ମୁକ୍ତିଲାଭ କରିଥିବା ‘କେଜିଏଫ୍‍ ଚ୍ୟାପ୍ଟର-୧’ର ଅଦମ୍ୟ ସଫଳତା ପରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏହା କନ୍ନଡ଼, ତେଲୁଗୁ, ତାମିଲ, ହିନ୍ଦୀ ଏବଂ ମାଲାୟଲମ୍‍ ଭାଷାରେ ମୁକ୍ତିଲାଭ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories