www.samajalive.in
Monday, December 8, 2025
17.1 C
Bhubaneswar

ଇମ୍ରାନ ମାନିଲେ; ପୁଲୱାମା ଆକ୍ରମଣ ପଛରେ ଜୈଶ୍‌ର ହାତ ଥିଲା

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ମାଟିରେ ଆତଙ୍କବାଦୀ ସଂଗଠନଗୁଡ଼ିକର ଉପସ୍ଥିତି ରହିଥିବା ମାନିଛନ୍ତି। ଏହା ସହିତ ପୁଲୱାମା ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ଇମ୍ରାନ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ସ୍ଥାନୀୟ ଆତଙ୍କବାଦୀମାନେ ପୁଲୱାମା ଆକ୍ରମଣକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ଜୈଶ ସଂଗଠନ କେବଳ ପାକିସ୍ତାନରେ ନାହିଁ, ବରଂ କାଶ୍ମୀରରେ ବି ରହି କାମ କରୁଛି ବୋଲି ଇମ୍ରାନ କହିଛନ୍ତି।

ତେବେ ଏହା ପୂର୍ବରୁ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନ ନିଜ ଦେଶରେ ଜୈଶ ଆତଙ୍କବାଦୀ ସଂଗଠନର ଉପସ୍ଥିତି ନ ଥିବା କହିଥିଲା। ଜାତିସଂଘ ସୁରକ୍ଷା ପରିଷଦରେ ଜୈଶ ମୁଖ୍ୟ ମାସୁଦ ଆଝାରକୁ ବିଶ୍ଵ ଆତଙ୍କବାଦୀ ଘୋଷଣା ପାଇଁ ଆଗତ ପ୍ରସ୍ତାବକୁ ବି ଚୀନ ବିରୋଧ କରିଥିଲା।

- Advertisement -

ଗତ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ସିଆରପିଏଫର ୪୦ ଯବାନ ଶହୀଦ ହୋଇଥିଲେ। ଏହି ଘଟଣା ପଛରେ ଜୈଶ ଆତଙ୍କୀ ସଂଗଠନର ହାତ ଥିଲା। ଭାରତ ପକ୍ଷରୁ ପାକିସ୍ତାନକୁ ଏ ସମ୍ପର୍କିତ ପ୍ରମାଣ ଦିଆଯାଇଥିଲା। କେବଳ ଏତିକି ନୁହେଁ, ଯେଉଁ ଆତଙ୍କବାଦୀ ଶିବିରରୁ ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା, ସେଠାରେ ଅର୍ଥାତ୍‌ ବାଲାକୋଟରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା ଏବଂ ସେସବୁ ଶିବିରଗୁଡ଼ିକୁ ନଷ୍ଟ କରିଦେଇଥିଲା।

କେବଳ ପୁଲୱାମାନ ନୁହେଁ, ୯/୧୧ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ବି ଇମ୍ରାନ ମନ୍ତବ୍ୟ ଦେଇଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories