www.samajalive.in
Monday, December 8, 2025
27.1 C
Bhubaneswar

ନାବାଳିକାକୁ ଅପହରଣ ଅଭିଯୋଗରେ ଦୁଇ ଗିରଫ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜନୈକା ୧୬ ବର୍ଷର ନାବାଳିକାକୁ ଅପହରଣ କରିନେଇଥିବା ଅଭିଯୋଗରେ ପୁଲିସ ସୋମବାର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ସାନକରଞ୍ଜିଆ ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ବାସ୍କେଙ୍କ ପୁଅ ମଳୟ ରଞ୍ଜନ(୨୧) ଓ ଅଁଳାଶୁଳି ଗ୍ରାମର ସ୍ୱର୍ଗତ ଭୋଳାନାଥ ବେସ୍ରାଙ୍କ ପୁଅ ରାଜୀବ(୨୮)। ନାବାଳିକାର ବାପାଙ୍କ ଅଭିଯୋଗ ଅନୁସାରେ ଗତ ୧୮ ତାରିଖ ପୂର୍ବାହ୍ନରେ ତାଙ୍କ କନ୍ୟା ଘରେ ଥିବାବେଳେ ତାକୁ କୌଶଳକ୍ରମେ ଅପହରଣ କରିନିଆଯାଇଥିଲା। ଏଥିରେ ଗିରଫ ଯୁବକମାନଙ୍କର ହାତଥିବା ନେଇ ନାବାଳିକାର ବାପା ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଥିଲା। ଅନୁସନ୍ଧାନ ପରେ ଅଭିଯୁକ୍ତମାନଙ୍କୁ ସୋମବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଡୁକୁରା ପୁଲିସ ବିଟର ତଦନ୍ତକାରୀ ଅଧିକାରୀ ନଉସାଦ ଅଲ୍ଲୀଖାନ ପ୍ରକାଶ କରିଛନ୍ତି। ତେବେ ନାବାଳିକାର ସନ୍ଧାନ ମିଳିନଥିବାରୁ ପରିବାର ଲୋକେ ଚିନ୍ତାରେ ଥିବାବେଳେ ପୁଲିସ ଅନୁସନ୍ଧାନ ଜାରି ରଖିଥିବା ବିଟ ଅଧିକାରୀ ଶ୍ରୀ ଖାନ କହିଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories