କର୍ଣ୍ଣାଟକ ବିଧାନ ସଭାରେ ଆସ୍ଥା ଭୋଟ ପାଇଁ ଆଲୋଚନା ଜାରି

ବେଙ୍ଗାଲୁର – କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାରଙ୍କ ଆସ୍ଥା ଭୋଟ୍‌ ପାଇଁ ଆଲୋଚନା ଜାରି ରହିଛି । ଦିନ ଗୋଟାଏ ୩୦ ସମୟରେ ଆସ୍ଥା ଭୋଟ କରିବା ପାଇଁ ବାଚସ୍ପତିଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ବିଧାନସଭାରେ ମତ ଗ୍ରହଣ ବିଷୟରେ ସ୍ପଷ୍ଟ ଚିତ୍ର ଆସି ପାରି ନଥିଲା । ଗୁରୁବାରରେ ଏ ବିଷୟରେ ଆଲୋଚନା ବେଳେ ହୋ ହଲ୍ଲା ହେବାରୁ ଗୃହ କାର୍ଯ୍ୟକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା ।
ଗୁରୁବାରରେ ରାଜ୍ୟପାଳ ଆସ୍ଥାଭୋଟ୍‌ ଆଗତ କରିବାପାଇଁ ବାଚସ୍ପତିଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ଗୃହରେ ହଟଗୋଳ ହେବାରୁ ବିଧିନସଭାର କାର୍ଯ୍ୟକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଏହା ବିରୋଧରେ ବିଜେପିର ବିଧାୟକମାନେ ରାତି ସାରା ବିଧାନସଭା ମଧ୍ୟରେ ଧାରଣାରେ ବସିଥିଲେ ।

prayash

ଆସ୍ଥା ଭୋଟ୍‍ ପ୍ରସ୍ତାବ ଆଗତ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମେୟା ଏକ ବୈଧାନିକ ପ୍ରଶ୍ନ ଉଠାଇ ଏହି ଆସ୍ଥା ଭୋଟ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ବିଦ୍ରୋହୀ ବିଧାୟକମାନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ ସ୍ପଷ୍ଟତା ନ ଥିବାରୁ ଆସ୍ଥା ଭୋଟ ପ୍ରକ୍ରିୟାକୁ ସ୍ଥଗିତ ରଖାଯିବା ଉଚିତ। ସେହି ବୈଧାନିକ ପ୍ରଶ୍ନ ଉପରେ ଦୀର୍ଘ ସମୟ ଧରି ଆଲୋଚନା ସମୟରେ ବାଚସ୍ପତି ଓ ଉପ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ।

କର୍ଣ୍ଣାଟକ ରାଜନୀତିରେ ଘଟଣାବହୁଳ ହୋଇ ପଡିଛି । ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣୀ ହୋଇଥିଲା । ୧୫ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ନିଷ୍ପତି ନେଇ ପାରିବେ । ମାତ୍ର ତାଙ୍କୁ ବିଧାନସଭାକୁ ଆସିବା ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି । ସୁପ୍ରିମକୋର୍ଟ ଜେଡିଏସ୍‌ ଓ କଂଗ୍ରେସର ୧୫ ଜଣ ବିଦ୍ରୋହୀ ବିଧାୟକଙ୍କ ବିଷୟରେ ନିଷ୍ପତି ନେବା ଦାୟିତ୍ୱ ବାଚସ୍ପତିଙ୍କ ଉପରେ ଛାଡିଥିଲେ।

kalyan agarbati

Comments are closed.