ପୁଣି ଜନନୀ ଯନ୍ତ୍ରଣା, ଭାରରେ ଦେଢ କିମି ବୁହା ହେଲେ ଜନନୀ

ମାଲକାନଗିରି : ରାଜ୍ୟରେ ବାରମ୍ବାର ଜନନୀ ଯନ୍ତ୍ରଣା ଦେଖାଯାଉଛି। ମାଲକାନଗିରି ଜିଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ଗ୍ରାମରେ ଜଣେ ମହିଳା ଜନନୀ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଗାଁକୁ ସଠିକ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିନଥିଲା। ଫଳରେ ପରିବାର ଲୋକେ ମହିଳାଙ୍କୁ ବେଙ୍ଗପାଣିରୁ ବାଡ଼ନିଗୁଡ଼ା ଯାଏଁ ପ୍ରାୟ ଦେଢ କିମି ଭାରରେ ବୋହି ଥିଲେ। ସେଠାରୁ ତାଙ୍କୁ ମାଲାକାନଗିରି ମେଡ଼ିକାଲକୁ ନିଆଯାଇଥିବା ସୂଚନା ମିଳିଛି।

Comments are closed.