www.samajalive.in
Monday, December 8, 2025
17.1 C
Bhubaneswar

ଏକାଡେମୀ ପୁରସ୍କାର ପ୍ରତ୍ୟାଖାନ କଲେ ନାଟ୍ୟକାର ରଘୁନନ୍ଦନ

ନୂଆଦିଲ୍ଲୀ: କର୍ଣ୍ଣାଟକର ପ୍ରଖ୍ୟାତ ଥିଏଟର କଳାକାର, କବି ତଥା ନାଟ୍ୟକାର ଏସ. ରଘୁନନ୍ଦନ ସଂଗୀତ ନାଟକ ଏକାଡେମୀ ଦ୍ୱାରା ଘୋଷିତ ପୁରସ୍କାରକୁ ପ୍ରତ୍ୟାଖାନ କରିଛନ୍ତି। ରଘୁନନ୍ଦନ ତାଙ୍କ ବିବୃତ୍ତିରେ କହିଛନ୍ତି, ଭଗବାନ ଓ ଧର୍ମ ନାଁରେ ସୃଷ୍ଟି କରାଯାଉଥିବା ବିଶୃଙ୍ଖଳା ଯୋଗୁ ସମାଜରେ ଘୃଣା ଓ ବିଦ୍ବେଷ ଭଳି ପରିସ୍ଥିତି ଦେଖାଦେଇଛି ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କ୍ଷମତାର ବଶବର୍ତ୍ତୀ ହୋଇ ହିଂସା ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ବୃଦ୍ଧି ପାଇବାରେ ଲାଗିଛି।

ମୋ ଦେଶରେ ଏଭଳି ଅନ୍ୟାୟ ହେଉଥିବାରୁ ମୁଁ ଏହି ପୁରସ୍କାର ଗ୍ରହଣ କରିବାକୁ ଅକ୍ଷମ ମନେ କରୁଛି ବୋଲି କହିଛନ୍ତି ନାଟ୍ୟକାର ରଘୁନନ୍ଦନ। ସେ କହିଛନ୍ତି, ଭାରତର ଛବିକୁ ଅନ୍ୟ ଆଗରେ ଖରାପ ଢ଼ଙ୍ଗରେ ପ୍ରଦର୍ଶିତ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗରିବ ଏବଂ କ୍ଷମତାବିହୀନ ଲୋକଙ୍କୁ ଚୁପ କରାଇବାକୁ ସବୁ ସ୍ତରରେ ଉଦ୍ୟମ କରାଯାଉଛି।

- Advertisement -

ପୁରସ୍କାର ଫେରାଇବା ନେଇ ସେ କହିଛନ୍ତି ଯେ ସେ ପ୍ରତିବାଦ କରୁନାହାନ୍ତି ବରଂ ସେ ଦୁଃଖର ସହ ପୁରସ୍କାର ଫେରୁଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories