www.samajalive.in
Sunday, December 7, 2025
16.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ଭାରତର ଶେଷ ଗାଁ ମାଣା, ଏଠାରେ ଅନୁଭବ କରିବେ ପ୍ରକୃତିର ବିସ୍ମୟ ସୁନ୍ଦର ରୂପ

ଭାରତ ଦେଶରେ ବହୁ ଗାଁ ରହିଛି। ନିଜର ସଂସ୍କୃତି ଓ ପରମ୍ପରା ପାଇଁ କେତେକ ଗାଁ ଖୁବ ପ୍ରସିଦ୍ଧ ମଧ୍ୟ। ଯେଉଁ କାରଣରୁ ସେହି ଗାଁ ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥାଏ। ପ୍ରକୃତିର ସୁନ୍ଦର ରୂପକୁ ଅନୁଭବ କରିବାକୁ ହେଉ ଅଥବା ଭ୍ରମଣର ସ୍ୱତନ୍ତ୍ର ମଜା ପାଇଁ ହେଉ ବହୁ ଲୋକେ କେତେକ ଗାଁ ଅଞ୍ଚଳକୁ ବୁଲିବାକୁ ଯାଇଥିବେ। ଆଜି ଏପରି ଏକ ଗାଁ ବିଷୟରେ ଜାଣନ୍ତୁ ଯାହା ଭାରତର ଶେଷ ଗାଁ ଭାବେ ପରିଚିତ।
ଉତ୍ତରାଖଣ୍ଡରେ ରହିଛି ଏହି ଭାରତର ଶେଷ ଗାଁ। ଏହି ଗାଁ ପରେ ଚୀନର ସୀମା ଆରମ୍ଭ ହୋଇଥାଏ। ଗାଁଟିର ନାମ ହେଉଛି ‘ମାଣା’। ଏଠାକୁ ଗଲେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଅନୁଭବ କରି ପାରିବେ। ଏହି ଗାଁ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଠାରେ ବହୁ ପୌରାଣିକ ସ୍ଥାନ ମଧ୍ୟ ରହିଛି। ଏଠାରେ ପ୍ରଭୁ ଗଣେଶଙ୍କ ଗୁମ୍ଫା, ଭାରତ- ଚୀନ ସୀମା, ହିମାଳୟ ଇତ୍ୟାଦିର ସୁନ୍ଦରତାକୁ ଆପଣ ମନ ଭରି ଉପଭୋଗ କରିପାରିବେ।
ଉତ୍ତରାଖଣ୍ଡରେ ଥିବା ବଦ୍ରିନାଥ ଧାମରୁ ପ୍ରାୟ ୪ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ। ଏହି ଗାଁରେ କେବଳ କିଛି ମାସ ହିଁ ଲୋକେ ଚଳ ପ୍ରଚଳ ଦେଖିବାକୁ ମିଳିଥାଏ। ଯେଉଁ ପର୍ଯ୍ୟନ୍ତ ବଦ୍ରିନାଥ ଧାମକୁ ଦର୍ଶନ ବନ୍ଦ ହୁଏ , ସେହି ସମୟରେ ଏହି ଗାଁକୁ ମଧ୍ୟ ଲୋକେ ଆସିବା ବନ୍ଦ କରି ଦିଅନ୍ତି।
ଏଠାକୁ ଭ୍ରମଣ ପାଇଁ ଯିବାର ପ୍ରକୃତ ସମୟ ହେଉଛି ମେ’ ରୁ ଅକ୍ଟୋବର ମାସ। ଏହି ସମୟରେ ଶହ ଶହ ପର୍ଯ୍ୟଟକ ଏହି ଗାଁକୁ ବୁଲିବାକୁ ଆସିଥାଆନ୍ତି। ଏହାସହ ଏହି ସମୟରେ ବଦ୍ରିନାଥ ମନ୍ଦିର ଖୋଲା ରହୁଥିବାରୁ ଏଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ସ୍ୱର୍ଗ ସଦୃଶ ଅନୁଭବ ହୋଇଥାଏ।
ଗମନାଗମନ ଦୃଷ୍ଟିରୁ ହରିଦ୍ୱାର ଏବଂ ଋଷିକେଶରୁ ଏହି ଗାଁକୁ ଆପଣ ସଡ଼କପଥରେ ଯାଇପାରିବେ। ହରିଦ୍ୱାରରୁ ମାଣା ଗାଁ ଯିବାକୁ ଟ୍ୟାକ୍ସି ଓ ବସର ସୁବିଧା ମଧ୍ୟ ରହିଛି। ହରିଦ୍ୱାରକୁ ଆପଣ ଯେକୌଣସି ସ୍ଥାନରୁ ରେଳପଥରେ ଯାଇପାରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories