www.samajalive.in
Sunday, December 7, 2025
15.1 C
Bhubaneswar

ତ୍ରିରଙ୍ଗା ଟିଭିର ୨୦୦ କର୍ମଚାରୀଙ୍କୁ ଦରମା ନଦେଇ ଛଟେଇ କରିଛନ୍ତି ସିବଲ ଓ ତାଙ୍କ ପତ୍ନୀ : ବର୍ଖା ଦତ୍ତ

ନୂଆଦିଲ୍ଳୀ : ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ତ ବୁଧବାର ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଓ ତାଙ୍କ ପତ୍ନୀ ପ୍ରମିଳାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରମିଳାଙ୍କ ଦ୍ୱାରା ପରିଚାଳିତ ତ୍ରିରଙ୍ଗା ଟିଭିର ୨୦୦ କର୍ମଚାରୀ (ସାମ୍ବାଦିକଙ୍କୁ) ଦରମା ନଦେଇ ଛଟେଇ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଦରମା ପାଇଁ ଅଫିସରେ ବିରୋଧ ପ୍ରଦର୍ଶନ କରୁଥିବା ସାମ୍ବାଦିକଙ୍କୁ ଗୁଣ୍ଡା ଲଗେଇ ବାହାର କରାଯାଇଥିବା ବର୍ଖା ଟ୍ୱିଟ୍‍ ଯୋଗେ କହିଛନ୍ତି।
ଅପରପକ୍ଷରେ ସିବଲଙ୍କ ପତ୍ନୀ ପ୍ରମିଳା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସିବଲ କହିଛନ୍ତି ଯେ ବର୍ଖା ଦତ୍ତଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଜୁନ ମାସ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯାଇଛି। କମ୍ପାନୀର ଚୁକ୍ତିପତ୍ର (କଣ୍ଟ୍ରାକ୍ଟ) ଶେଷ ହେବା ପରେ ସେମାନଙ୍କୁ ପୁନଃ କାର୍ଯ୍ୟରେ ରଖାଯାଇନାହିଁ। ବର୍ଖା ଜୁଲାଇ ୧୫ରୁ ଏନେଇ ଅନେକ ଟ୍ୱିଟ୍‍ କରିଛନ୍ତି। ସେ ଟ୍ୱିଟ୍‍ ଯୋଗେ ଅଭିଯୋଗ କରିଛନ୍ତି ଯେ ତ୍ରିରଙ୍ଗା ଟିଭିରେ ଅନ୍ୟୁନ ୨ ବର୍ଷ କାମ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ବର୍ଷେ ପରେ କୌଣସି ନୋଟିସ ଓ କ୍ଷତିପୂରଣ ନଦେଇ ୨୦୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ସିବଲଙ୍କ ପତ୍ନୀ ପ୍ରମିଳା କହିଛନ୍ତି ଯେ ଚୁକ୍ତିପତ୍ର ବର୍ଷେ ପାଇଁ ଥିଲା। ଚୁକ୍ତି ଶେଷ ହୋଇଛି ତେଣୁ କୌଣସି ନୋଟିସର ଆବଶ୍ୟକତା ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories