www.samajalive.in
Wednesday, December 10, 2025
26.1 C
Bhubaneswar

ଭୁବନେଶ୍ବର ଉନ୍ନୟନ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ୟ୍ୟକ୍ରମ

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ ପରିଷଦ, ରୋଟାରୀ କ୍ଲବ ଓ ଓଡିଶା ମହାସଂଘର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠି ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟମାନଙ୍କରେ ଗୋଟିଏ ଦିନରେ ବୃକ୍ଷରୋପଣ କାର୍ୟ୍ୟକ୍ରମ କରାଯାଇଥିଲା। ଭୁବନେଶ୍ବର ୟୁନିଟ ୧ ବାଳିକା ବିଦ୍ୟାଳୟରେ ଖୋର୍ଦ୍ଧା ଜିଲାପାଳ ଶ୍ରୀ ଶିତାସୁଂ ରାଉତ ବୃକ୍ଷରୋପଣ କରିଥିଲାବେଳେ, ଆଇଆରସି ଭିଲେଜର ଉଚ୍ଚ ବିଦ୍ୟାଳୟରେ ବିଧାୟକ ସୁଶାନ୍ତ ରାଉତ, ୟୁନିଟ ୧ ବାଳକ ଉଚ୍ଚ ବିଦ୍ୟାୟଳୟରେ ଡ଼ଃ ତ୍ରିବିକ୍ରମ ପ୍ରଧାନ, ଆଇଏଏସ୍ ହରିହର ବିଦ୍ୟାପିଠର ଡ ଅମର ପଟ୍ଟନାୟକ(ଆଇଏଏସ୍), ବିକାଶ ବିଦ୍ୟାଳୟରେ ପ୍ରାଣବିନ୍ଦୁ ଆଚାର୍ୟ୍ୟ(ଆଇପିଏସ୍), କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟରେ ପ୍ରଦୀପ ଜେନା ନିଜ ନିଜ ଅଞ୍ଚଳରେ ବୃକ୍ଷରୋପଣ କରିଥିଲେ।
ଅନୁ ଚୌଧୁରୀ, ଶୋଭନା ମିଶ୍ର, ସ୍ବାଧିନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ, ମନୋଜ ଜେନା, ମହେଶ ଶର୍ମା(ସମାଜର ଉପଦେଷ୍ଟା), ରୋଟାରୀର ପୂର୍ବତନ ଗଭର୍ଣ୍ଣର ଅଜୟ ଅଗ୍ରୱାଲ, ଦୁର୍ଗା ସାମନ୍ତରାୟ, ଅମୀୟ ପଟ୍ଟନାୟକ ପ୍ରମୁଖ ସମାଜସେବୀ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ। ଭୁବନେଶ୍ବର ଲାୟନ୍ସ କ୍ଲବ ମଧ୍ୟ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରାଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories