ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ପି. ୱିଲସନ ଅନ୍ୟ ୫ ଜଣଙ୍କ ସହିତ ଗୁରୁବାର ନିର୍ଦ୍ବନ୍ଦ୍ବରେ ରାଜ୍ୟସଭା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଡିଏମକେରୁ ସେ ପ୍ରାର୍ଥୀ ହୋଇଥିଲେ। ବିଭିନ୍ନ ସମୟରେ ଡିଏମକେର ବହୁ ନେତାଙ୍କ ପାଇଁ ସେ ମାମଲା ଲଢିଛନ୍ତି। ବିଶେଷକରି ଡିଏମକେ ସୁପ୍ରିମୋ ଏମ. କରୁଣାନିଧିଙ୍କ ଅେନ୍ତ୍ୟଷ୍ଟି ସମ୍ବନ୍ଧୀୟ ମାମଲା ସେ ଲଡିଥିଲେ। ତାଙ୍କ ସହିତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅନ୍ୟ ୫ ଜଣ ହେଲେ ଡିଏମକେର କେ. ସନମୁଖମ, ଏମଡଏମ୍କେର ଭାଇକୋ, ଏଆଇଏଡିଏମକେର ମହମ୍ମଦ ଜନ, ଏନ. ଚନ୍ଦ୍ରଶେଖରନ ଏବଂ ପିଏମକେର ଅମ୍ବୁମଣି ରାମଦୋଷ।
Popular Categories



