www.samajalive.in
Monday, December 8, 2025
27.1 C
Bhubaneswar

ଅପିଂସ କାର୍ଯ୍ୟ ନକରି ମଦ ପିଉଥିବା ୩ କର୍ମଚାରୀଙ୍କୁ ନିଲମ୍ବନ କଲେ ଜିଲାପାଳ

ଯାଜପୁର : ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଶୁକ୍ରବାର ଯୋଗାଣ ବିଭାଗ ଅପିଂସର ୩ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି। ସୂଚନା ମୁତାବକ, ଅପିଂସ ସମୟ ମଧ୍ୟରେ ଯୋଗାଣ ବିଭାଗର କର୍ମଚାରୀ ଅପିଂସ ନିକଟସ୍ଥ ଏକ ହୋଟେଲରେ ମଦ୍ୟପାନ କରୁଥିବା ସୂଚନା ପାଇ ଜିଲାପାଳ ସେହି ହୋଟେଲ ଉପରେ ଚଢ଼ାଉ କରିଥିଲେ । ତେବେ ହୋଟେଲରୁ ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ, ଜୁନିଅର ଆକାଉଣ୍ଟାଂଟ୍ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ ଜିଲାପାଳଙ୍କ ହାତରେ ମଦ୍ୟପାନରେ ନିମଗ୍ନ ଥିବା ବେଳେ ଧରାପଡିଥିଲେ । ସରକାରୀ କର୍ମଚାରୀ ଜନସାଧାରଣଙ୍କ ସେବା ପାଇଁ ଦରମା ପାଉଥିବା ବେଳେ ଅପିଂସ କାର୍ୟ୍ୟ ସମୟରେ ଏପରି ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜିଲାପାଳ ସୂଚନା ଦେଇ ଏହି ୩ ଜଣଙ୍କୁ ନିଲମ୍ବିତ କରିଛନ୍ତି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories