www.samajalive.in
Tuesday, December 9, 2025
17.1 C
Bhubaneswar

ଜ୍ବର ଦୂର କରିବାର ଘରୋଇ ଉପାୟ

ଏବେ ବର୍ଷା ଋତୁ। ଏହି ଦିନରେ ସାଧାରଣତଃ ଜ୍ବର, ଥଣ୍ଡା ଆଦି ରୋଗ ଅଧିକ ହୋଇଥାଏ। ତେଣୁ ଏହି ଦିନମାନଙ୍କରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ତେବେ ଜ୍ବର ହେଲେ ସମୟ ସମୟରେ ଆମେ ହଠାତ୍ ଡାକ୍ତରଙ୍କ ପାଖକୁ ଯାଇପାରନ୍ତି ନାହିଁ କିମ୍ବା ସଙ୍ଗେସଙ୍ଗେ ଔଷଧ ଆଣି ଖାଇ ପାରନ୍ତି ନାହିଁ। ତେବେ ଏପରି କିଛି ଘରୋଇ ଉପଚାର ରହିଛି ଯାହାଦ୍ବାରା ବିନା ଔଷଧରେ ଆପଣଙ୍କ ଜ୍ବର ଭଲ ହୋଇପାରିବ। ଘରୋଇ ଉପଚାରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟାର ଭୟ ମଧ୍ୟ ନଥାଏ। ଆସନ୍ତୁ ଜାଣିବା ଜ୍ବରରୁ ମୁକ୍ତି ପାଇବାର ଘରୋଇ ଉପାୟ ବିଷୟରେ –

ସୋରିଷ ତେଲ: ଜ୍ବର ହୋଇଥିଲେ ଶରୀରର ତାପମାତ୍ରା କମ୍ କରିବା ପାଇଁ ସୋରିଷ ତେଲ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦୁଇ ଚାମଚ ସୋରିଷ ତେଲରେ ୪ ପାଖୁଡା ରସୁଣ ପକାଇ ଏହାକୁ ଗରମ କରନ୍ତୁ। ଏହାପରେ ଗରମ କମିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଅଳ୍ପ ଉଷୁମ ଥିବା ଅବସ୍ଥାରେ ତେଲକୁ ହାତ ଏବଂ ଗୋଡରେ ମାଲିସ୍ କରନ୍ତୁ। ଏପରି କରିବା ଦ୍ବାରା ଶରୀରର ତାପମାତ୍ରା କମ୍ ହୋଇଥାଏ ।

- Advertisement -

ପିଆଜ: ପିଆଜ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ। ଏହା ମଧ୍ୟ ଶରୀରର ତାପମାତ୍ରାକୁ କମ୍ କରିବାରେ ସାହାଯ୍ୟ କରିଥାଏ। ପିଆଜର ଛୋଟ ଛୋଟ ଖଣ୍ଡ କାଟି ଏହାକୁ ପାଦ ତଳେ ଭଲ ଭାବରେ ଘଷି ଦିଅନ୍ତୁ। ଏହାଦ୍ବାରା ତାପମାତ୍ରା କମ୍ ହୋଇଥାଏ।

ଓଦା କପଡା: ଜ୍ବର କମ୍ କରିବା ପାଇଁ ଓଦା କପଡା ବା ତୌଲିଆକୁ ଥଣ୍ଡା ପାଣିରେ ବୁଡାଇ ଭଲ ଭାବେ ଚିପୁଡି ଦିଅନ୍ତୁ। ଏହାପରେ କପଡାଟିକୁ ବେକ ଏବଂ ମୁଣ୍ଡ ଉପରେ ଧରି କିଛି ସମୟ ରଖନ୍ତୁ। ପୁଣି ଆଉ ଥରେ ଉକ୍ତ କପଡାକୁ ଥଣ୍ଡା ପାଣିରେ ବୁଡାନ୍ତୁ ଏବଂ ଚିପୁଡି ଶରୀରକୁ ପୋଛି ଦିଅନ୍ତୁ ଏପରି କରିବା ଦ୍ବାରା ତାପମାତ୍ରା କମିଯାଇଥାଏ।

ଅଦା: ଅଦା ପାଉଡରକୁ ଉଷୁମ ପାଣିରେ ମିଶାଇ ଜ୍ବର ହୋଇଥିବା ରୋଗୀଙ୍କୁ ଗାଧୋଇ ଦିଅନ୍ତୁ। ଏହାଦ୍ବାରା ଶରୀରର ତାପମାତ୍ରା କମ୍ ହୋଇଯାଇଥାଏ।

ଲେମ୍ବୁ ଏବଂ ମହୁ: ଲେମ୍ବୁରେ ଭିଟାମିନ୍ ସି ରହିଥାଏ। ଯାହା ସଂକ୍ରମଣରୁ ରକ୍ଷା କରିଥାଏ। ମହୁରେ ମଧ୍ୟ ପୋଷଣ ତତ୍ତ୍ବ ରହିଛି ଯାହା ଶରୀରରକୁ ମଜବୁତ୍ କରିଥାଏ। ଏକ ଚାମଚ ମହୁ ଏବଂ ଏକ ଚାମଚ ଲେମ୍ବୁ ରସକୁ ମିଶାଇ ରୋଗୀଙ୍କୁ ଖାଇବାକୁ ଦିଅନ୍ତୁ ଏହାଦ୍ବାରା ଜ୍ବର କମିଯାଇଥାଏ।

ତୁଳସୀ ପତ୍ର: ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟିବାୟୋଟିକ୍ ଗୁଣ ରହିଥାଏ। ଯାହାଫଳରେ ଏହା ବାକ୍ଟେରିଆ ଆଦିରୁ ରକ୍ଷା କରିଥାଏ। ତୁଳସୀ ପତ୍ର ପାଣିରେ ଫୁଟାଇ ଏଥିରେ ଲବଙ୍ଗ ପାଉଡର ପକାଇ ଥଣ୍ଡା ହେବା ପରେ ଜ୍ବର ହୋଇଥିବା ରୋଗୀଙ୍କୁ ପିଇବାକୁ ଦିଅନ୍ତୁ। ଏହାଦ୍ବାରା ଜ୍ବର କମିଯାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories