www.samajalive.in
Tuesday, December 9, 2025
16.1 C
Bhubaneswar

ସକାଳର ଏହି ଘଟଣା ଦେଇଥାଏ ଶୁଭତ୍ୱର ସଙ୍କେତ

ସକାଳ ସମୟରେ ଆମ ମନ ଖୁବ ଶାନ୍ତ ରହିଥାଏ। ଏହି ସମୟରେ ଏପରି କିଛି ସଙ୍କେତ ଓ ଘଟଣା ଯାହା ଆପଣଙ୍କୁ ଶୁଭ ସଙ୍କେତ ପ୍ରଦାନ କରିଥାଏ। ଦିନଟି ମଧ୍ୟ ଖୁବ ହସଖୁସିରେ ଅତିବାହିତ ହୋଇଥାଏ। ଜାଣନ୍ତୁ ସକାଳର କେଉଁ ସଙ୍କେତ ଶୁଭ ଓ ଅଶୁଭ ….
ସକାଳେ ଉଠିବା ପରେ ଯଦି ଶଙ୍ଖ କିମ୍ବା ମନ୍ଦିରର ଘଣ୍ଟ ଶବ୍ଦ ଶୁଭାଯାଏ, ତେବେ ଜାଣନ୍ତୁ ଆପଣଙ୍କୁ କିଛି ଶୁଭ ଖବର ନିଶ୍ଚୟ ମିଳିବ।
ନଡ଼ିଆ, ଶଙ୍ଖ, ମୟୂର, ହଂସ କିମ୍ବା ଫୁଲ ସକାଳ ସମୟରେ ଦେଖିଲେ ଜାଣିବେ ଆପଣଙ୍କ ସମ୍ପୂର୍ଣ୍ଣ ଦିନଟି ଖୁବ ଖୁସିରେ ବିତିବ।
ଆପଣ ନିଜ କାର୍ଯ୍ୟକୁ ବାହାରିବା ସମୟରେ ଯଦି କୌଣସି ସଫାକାର୍ଯ୍ୟ କରୁଥିବା କର୍ମଚାରୀ ସାମ୍ମନାକୁ ଆସି ଯାଆନ୍ତି ତେବେ ଏହାକୁ ଶୁଭ ସଙ୍କେତ ବୋଲି କୁହାଯାଏ।
ଶାସ୍ତ୍ରରେ କୁହାଯାଇଛି ଯେ, ହସ୍ତର ପାପୁଲିରେ ଭଗବାନଙ୍କ ଶକ୍ତି ରହିଥାଏ। ତେଣୁ ସକାଳୁ ଉଠି ପ୍ରଥମେ ନିଜର ପାପୁଲିକୁ ଦର୍ଶନ କରିବା ଦ୍ୱାରା ଆପଣଙ୍କୁ ଦିନଟି ଖୁବ ଶୁଭତ୍ୱ ଫଳ ପ୍ରଦାନ କରିଥାଏ। କାର୍ଯ୍ୟରେ ମଧ୍ୟ ସଫଳତା ମିଳିଥାଏ।
ସକାଳୁ ଉଠିବା ପରେ ଯଜ୍ଞ କିମ୍ବା ଅଗ୍ନିର ଦୃଶ୍ୟ ଦେଖିଲେ ଦିନଟି ଆପଣଙ୍କ ପାଇଁ ଖୁବ ଉତ୍ତମ ଓ ଶୁଭ ହୋଇଥାଏ।
ସକାଳ ସମୟରେ ଆପଣଙ୍କ ଆଖି ଖୋଲିବା ମାତ୍ରେ ଯଦି ଶୃଙ୍ଗାର କରିଥିବା କୌଣସି ନାରୀ ଆପଣଙ୍କ ସମ୍ମୁଖକୁ ଆସିଥାଆନ୍ତି, ତେବେ ଜାଣନ୍ତୁ ବହୁ ଆଗରୁ ଅଟକି ରହିଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories