www.samajalive.in
Monday, December 8, 2025
17.1 C
Bhubaneswar

୪ମାସ ହେଲା ବିନା ଡାକ୍ତରରେ ଚାଲିଛି ଆରଡି ସ୍ୱାସ୍ଥ୍ୟକେନ୍ଦ୍ର

ଆରଡି : ଗ୍ରାମାଞ୍ଚଳର ଲୋକମାନଙ୍କୁ ମୈାଳିକ ସୁବିଧା ଯୋଗାଇ ଦେବା ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ସରକାର। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ ବରାଦ କରାଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ପାନୀୟଜଳ ଆଦି ସମସ୍ୟାର ସୁଧାର ଆସି ପାରିନାହିଁ। ଯାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୪ମାସ ହେବ ଡାକ୍ତର ନଥିବାରୁ ରୋଗୀ ସେବା ଯେପରି ଠପ୍ ହୋଇଯାଇଛି। ସବୁଠାରୁ ବଡକଥା ହେଉଛି ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆରଡି ପଞ୍ଚାୟତ ସମେତ ନାନ୍ଦପୁର, ଓଳଗ, ସୁନ୍ଦରପୁର ପଞ୍ଚାୟତର ପାଖାପାଖି ୧୨ହଜାର ଲୋକ ନିର୍ଭର କରୁଥିବା ବେଳେ ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର, ଉପରଦୁମୁକା, ତଳଦୁମୁକା ଗାଁର ଲୋକମାନେ ପ୍ରାଥମିକ ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି। ତାହାସହ ପ୍ରସିଦ୍ଧ ଶୈବକ୍ଷେତ୍ରକୁ ଆସୁଥିବା ବହୁ ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରାଥମିକ ଚିକିତ୍ସା ନିମନ୍ତେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଡାକ୍ତର ନଥିବାରୁ ବାଧ୍ୟ ହୋଇ ଫାର୍ମାସିଷ୍ଟ ଓ ରାତ୍ର ଜଗୁଆଳି ରୋଗୀମାନଙ୍କର ପ୍ରାଥମିକ ଚିକିତ୍ସା କରୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ବେଡ ନଥିବାରୁ ରୋଗୀମାନେ ବାରଣ୍ଡାରେ ଚିକିତ୍ସା ହେଉଥିବା ସର୍ମ୍ପକୀୟମାନେ ଅଭିଯୋଗ ଆଣିଛନ୍ତି। ସେହିପରି ଡାକ୍ତର ନଥିବାରୁ ଦିନ ୧୨ଟା ବାଜିଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଏପରି ସମସ୍ୟା ବାବଦରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସାରା ଜିଲାରେ ଡାକ୍ତର ସମସ୍ୟା ଲାଗି ରହିଛି। ଖାଲି ପଡିଥିବା ଡାକ୍ତର ନିଯୁକ୍ତି ନିମନ୍ତେ ରାଜ୍ୟ ସରକାରଙ୍କ ଦପ୍ତରକୁ ଜଣାଯାଇଥିବା ପ୍ରକାଶ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories