www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ ଶରଣରେ କର୍ଣ୍ଣାଟକର ବିଦ୍ରୋହୀ ବିଧାୟକ

କର୍ଣ୍ଣାଟକ: କର୍ଣ୍ଣାଟକର ୧୦ ଜଣ ବିଦ୍ରୋହୀ କଂଗ୍ରେସ ଓ ଜେ.ଡି.ଏସ୍‍. ବିଧାୟକ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ମୁମ୍ବାଇ ପୁଲିସ୍‍କୁ ଜଣାଇଛନ୍ତି। ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି. କୁମାରସ୍ୱାମୀ ଓ କଂଗ୍ରେସ ନେତା ଡି.କେ. ଶିବକୁମାର ମୁମ୍ବାଇରେ ବିଦ୍ରୋହୀ ବିଧାୟକଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। କିନ୍ତୁ ବିଧାୟକମାନେ କୁମାରସ୍ୱାମୀ ଓ ଶିବକୁମାରଙ୍କୁ ସାକ୍ଷାତ୍‍ କରିବାକୁ ଚାହୁଁ ନାହାନ୍ତି ଓ ପୁଲିସ୍‍ ସେମାନଙ୍କୁ ହୋଟେଲ୍‍ ପରିସର ଭିତରକୁ ଆସିବାକୁ ନ ଦେବାକୁ ଅନୁରୋଧ କରିଥିଲେ।

ବିଧାୟକ ଶିବରାମ ହେବର୍‍, ପ୍ରତାପ ଗୌଡ଼ା ପାଟିଲ୍‍, ବି.ସି. ପାଟିଲ୍‍, ବୈରାତି ବାସବରାଜ୍‍, ଏସ୍‍.ଟି. ସୋମଶେକର୍‍, ରମେଶ ଜର୍କିହୋଲି, ଗୋପାଲାୟା, ଏଚ୍‍. ବିଶ୍ୱନାଥ, ନାରାୟଣ ଗୌଡ଼ା ଓ ମୁକେଶ କୁମ୍‍ତଲି ପ୍ରମୁଖ ପୁଲିସରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ସେହି ଅଭିଯୋଗ ପତ୍ରର ନକଲ ୧୦ ଜୋନ୍‍ ପୁଲିସ୍‍ ଡେପୁଟି କମିଶନର୍‍, ପୋୱାଇ ଥାନା ଇନ୍‍ସ୍ପେକ୍ଟର ଓ ହୋଟେଲ୍‍ ମ୍ୟାନେଜର୍‍ଙ୍କ ପାଖକୁ ପଠାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories